
ଭୁବନେଶ୍ୱର: ଯୁକ୍ତ ଦୁଇ ପ୍ରାକ୍ଟିକାଲ ରେକର୍ଡ ସଂଗ୍ରହ ଓ ଆଡ୍ମିଟ୍ କାର୍ଡ ପ୍ରଦାନ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାରି ହୋଇଛି ଏସ୍ଓପି । ୨୫ ତାରିଖରୁ SAMS ୱେବସାଇଟରୁ ଛାତ୍ରଛାତ୍ରୀମାନେ ଆଡମିଟ୍ କାର୍ଡ ଡାଉନ୍ ଲୋଡ୍ କରିପାରିବେ । ଯଦି କରିନପାରିବେ, ନିଜ ନିଜ କଲେଜରୁ ସଂଗ୍ରହ କରିବେ ।
ନିଜେ ନ ଯାଇ ପାରିଲେ ନିଜର ଆଇକାର୍ଡ ସହ ଅନ୍ୟ ଦ୍ୱାରା ପଠାଇ ପାରିବେ। ଆଡମିଟ୍ କାର୍ଡ ସଂଗ୍ରହ ଓ ପ୍ରାକ୍ଟିକାଲ ରେକର୍ଡ ଦାଖଲ ବେଳେ କୋଭିଡ ନିୟମ ମାନିବା ଜରୁରୀ ବୋଲି CHSE ପକ୍ଷରୁ କୁହାଯାଇଛି ।
ସୂଚନାଥାଉ କି, କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ କରାଯାଇଛି। ବହୁ ବିଚାର ବିମର୍ଷ ପରେ ଫଳାଫଳ ମୂଲ୍ୟାୟନ କିପରି କରାଯିବ ତାହା ସ୍ଥିତର କରାଯାଇଛି। ପରୀକ୍ଷା ଫଳ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ ବୋଲି CHSE ପକ୍ଷରୁ ସୂଚନା ଦିଆଯାଇଛି।
ପୂର୍ବଥର +୨ ପରୀକ୍ଷା ଦେଇଥିଲେ ପାସ୍ କରିଥିବା ବିଷୟର ଆଭରେଜ ମାର୍କ ଦେଖି ମୂଲ୍ୟାୟନ କରାଯିବ। ଏହାସହ ରେଗୁଲାର ଓ ଏକ୍ସରେଗୁଲାର ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ବେଳେ ପ୍ରାକ୍ଟିକାଲ୍ ବା ପ୍ରୋଜେକ୍ଟକୁ ମଧ୍ୟ ହିସାବକୁ ନିଆଯିବ। ହାଇସ୍କୁଲ ସ୍ତରରେ ଯଦି କୌଣସି ପ୍ରାକ୍ଟିକାଲ ମାର୍କ ଥାଏ। ତାହାକୁ ମଧ୍ୟ ଗୁରୁତ୍ୱ ଦିଆଯିବ।
ତେବେ ରେଜଲ୍ଟ ବାହାରିବା ପରେ ଯେଉଁମାନେ ମାର୍କରେ ସନ୍ତୁଷ୍ଟ ନହେବେ, ସେମାନେ ପରେ ପରୀକ୍ଷା ଦେଇପାରିବେ। ପରିସ୍ଥିତି ସ୍ୱାଭାବିକ ହେଲା ପରେ ସେମାନେ ଅଫଲାଇନରେ ପରୀକ୍ଷା ଦେଇପାରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍