April 9, 2026

ଯୁବତୀଙ୍କୁ ପ୍ରତାରଣା କରି ଜେଲ୍ ଯାଇଥିବା ଯୁବକଙ୍କୁ ଘଣ୍ଟ ଘୋଡାଉଛନ୍ତି ବିଜେଡି ବିଧାୟକଙ୍କ ପୁଅ !

 

କେନ୍ଦୁଝର: ଯୁବତୀଙ୍କୁ ପ୍ରତାରଣା କରି ଜେଲ୍ ଯାଇଥିବା ଜଣେ ଯୁବକଙ୍କୁ ଘଣ୍ଟ ଘୋଡାଉଛନ୍ତି ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ। ଏପରିକି ମାମଲାର ରଫାଦଫା ପାଇଁ ସେ ପୀଡ଼ିତାଙ୍କ ଉପରେ ଚାପ ପକାଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆଣି କେନ୍ଦୁଝର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ସମ୍ପୃକ୍ତ ପୀଡ଼ିତା।

ପୀଡ଼ିତାଙ୍କ ଅଭିଯୋଗ, ରାମଚନ୍ଦ୍ରପୁର ଥାନା ହରିହରପୁରର ସୁଜିତ ଜେନା ନାମକ ଜଣେ ଯୁବକ ନିଜକୁ ଅବିବାହିତ ଦର୍ଶାଇ ତାଙ୍କ ସହ ସମ୍ପର୍କ ରଖି ଆସୁଥିଲେ। ପରବର୍ତ୍ତୀ ସମୟରେ ସୁଜିତ ବିବାହିତ ବୋଲି ଜାଣିବା ପରେ ପୀଡ଼ିତା ତାଙ୍କ ଠାରୁ ନିଜକୁ ଦୂରେଇ ରଖିଥିଲେ। ଏହାପରେ ପୀଡ଼ିତାଙ୍କୁ ହଇରାଣ କରୁଥିବା ସୁଜିତଙ୍କ ବିରୋଧରେ ରାମଚନ୍ଦ୍ରପୁର ଥାନାରେ ଅଭିଯୋଗ ହୋଇଥିଲା ଏବଂ ପୋଲିସ ସୁଜିତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ଆହୁରି ପଢ଼ନ୍ତୁ

ପୀଡିଡ଼ାଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଦିଆଯିବା ସହ ପୀଡିଡ଼ା ଯାହାଙ୍କ ନାଁରେ ଅଭିଯୋଗ କରିଛନ୍ତି ତା’ର ତଦନ୍ତ କରାଯାଇ ଆଇନ୍‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି କହିଛନ୍ତି।

 

Spread the love