December 4, 2024

Satya News

odia news channel

ରଜ ପାଇଁ ବଢ଼ିଲା କଟକଣା, ଦୋକାନୀଙ୍କୁ ପୋଲିସ କମିଶନରଙ୍କ କଡ଼ା ଚେତାବନୀ..

 

ଭୁବନେଶ୍ୱର: ରଜ ପାଇଁ ବଢ଼ିଲା କଟକଣା । ନିୟମ ନମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ରଜ ପାଇଁ ଆଜିଠୁ ପୋଲିସର ସ୍ପେଶାଲ ଡ୍ରାଇଭ ଆରମ୍ଭ କରାଯାଇଥିବା ସେ କହିଛନ୍ତି । କୋଭିଡ୍ କଟକଣା ନମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ।

ଅନ୍ୟପଟେ କଟକଣା ଉଲ୍ଲଙ୍ଘନ କରି ଦୋକାନ ଖୋଲିଲେ ତାକୁ ସିଲ୍ କରାଯିବ ବୋଲି ଦୋକାନୀମାନଙ୍କୁ ଚରମବାଣୀ ଶୁଣାଇଛନ୍ତି ପୋଲିସ କମିଶନର । ଏମିତିକି ଆବଶ୍ୟକ ପଡ଼ିଲେ ଦୋକାନୀଙ୍କୁ ଗିରଫ କରାଯିବ ବୋଲି ମଧ୍ୟ ସେ କହିଛନ୍ତି । କୋଭିଡ ନିୟମ ପାଳନ କରି ରଜ ପାଳନ କରିବାକୁ ସେ ଟୁଇନ ସିଟିବାସୀଙ୍କୁ ଅପିଲ କରିଛନ୍ତି ।

ତେବେ ରଜ ପାଇଁ ଲୋକ ଯେମିତି କୋଭିଡ୍ ନିୟମକୁ ଉଲଂଘନ ନକରନ୍ତି, ସେଥିପାଇଁ କମିଶନରେଟ ପୋଲିସ ଆଗୁଆ ସତର୍କ କରିଛି । ଯଦି କେହି କୋଭିଡ ନିୟମ ଉଲଂଘନ କରିବେ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ଏଥିପାଇଁ ଆଜି ସକାଳୁ ପୋଲିସ କମିଶନର ନିଜେ ଭିଡ଼ ଜମୁଥିବା ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ ।

Spread the love