October 18, 2024

Satya News

odia news channel

ରାଜକିଆରି ପେଟ୍ରୋଲ ପମ୍ପରେ ବୋମାମାଡ଼ ସହିତ 3ଜଣଙ୍କୁ ମରଣାତ୍ମକ ଆକ୍ରମଣ, ଲକ୍ଷ!ଧିକ ଟଙ୍କା ଲୁଟ!

ଗଣିଆ -ନୟାଗଡ଼ ଜିଲ୍ଲା ଗଣିଆ ଠାରୁ କଣ୍ଟିଲୋ ଯିବା ରାସ୍ତା ରାଜକିଆରୀ ଛକ ନିକଟରରେ ଥିବା ପେଟ୍ରୋଲ ପାମ୍ପରେ ବୋମାମାଡ଼ ! ଘଟଣାରୁ ପ୍ରକାସ ଯେ ବୁଧବାର ସାନ୍ଧ୍ୟ 8ଘଣ୍ଟିକା ସମୟରେ ରାଜକିଆରି ପେଟ୍ରୋଲ ପମ୍ପକୁ 6ଜଣ ଲୋକ ଏକ ନାଲି କଲର କାର ଓ ସ୍କୁଟିରେ ଆସି ପେଟ୍ରୋଲ ଟାଙ୍କିରେ 80ଟଙ୍କାର ପେଟ୍ରୋଲ ମାଗିଥିଲେ ! କର୍ମଚାରୀ ସଂଗ୍ରାମ କେଶରୀ ରାଉତ ତେଲଦେବା ସମୟରେ ନାଲି କାରରୁ ଦୁଇଜଣ ଆସି ଭୁଜାଲିର ଆକ୍ରମଣ କରିବା ବେଳେ ଆଉ ଦୁଇଜଣ ବୋମା ମାଡ଼ କରିଥିଲେ ! ଘଟଣା ସ୍ଥଳରେ ସିସି ଟିଭି ଭାଙ୍ଗିବା ସହିତ ସୁବାଷ ସେଠି , ସଂଗ୍ରାମ କେଶରୀ ରାଉତ , ଦାଶରଥି ବେହେରା ଏହି 3ଜଣ କର୍ମଚାରିଙ୍କ ଠାରୁ 1ଲକ୍ଷ 50ଟଙ୍କା ଛଡେଇ ନେବା ସହିତ ମରଣତ୍ମକ ଆକ୍ରମଣ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି ! ଖବର ପାଇଁ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଛାନଭିନ ଜାରିରଖିଥିବା ବେଳେ ଗଣିଆ ଗୋଷ୍ଠୀ ସ୍ୱାଥ୍ୟ କେନ୍ଦ୍ରରେ ଆହତ ମାନଙ୍କର ଚିକିତ୍ସା କରାଯାଇଛି ,!ତେବେ ଗଣିଆ କଣ୍ଟିଲୋ ମୁଖ୍ୟ ରାସ୍ତାରେ ଏଭଳି ଘଟଣାରେ ଭୟଭୀତ ହେଉଥିବା ବେଳେ ପୋଲିସ ପକ୍ଷରୁ ବିଭିନ୍ନ ଜାଗାରେ ଛାନଭିନ ଜାରିରଖିଛି !

Spread the love