April 19, 2025

ରାଜଧାନୀରେ କୁକୁର ବାଣ୍ଟିଲା ସଚେତନତା ବାର୍ତ୍ତା, କଂଗ୍ରେସ ବିଧାୟକ କହିଲେ ଓଃ ବିୟୁଟିଫୁଲ

 

ଭୁବନେଶ୍ୱର ୩୧/୦୭: ସଡକ ସୁରକ୍ଷା ଜୀବନ ରକ୍ଷା । ଏମିତି ସ୍ଲୋଗାନ ଦେଇ ସଡକ ସୁରକ୍ଷା ଲାଗି ସଚେତନତା କରୁଛନ୍ତି ସରକର । ଦୁଇ ଚକିଆ ଗାଡିରେ ଯିବା ବେଳେ ଚାଳକ ଓ ସହାଯାତ୍ରୀଙ୍କୁ ହେଲମେଟ ବିନ୍ଧିବା ବାଧ୍ୟତା ମୂଳକ କରିଛନ୍ତି ସରକାର । ହେଲେ କଟକଣାକୁ ଲୋକେ ମାନୁ ନାହାନ୍ତି । ବିନା ହେଲେମେଟରେ ଲୋକ ଗାଡି ଚଳୁଛନ୍ତି । ହେଲେ ଏମିତି କିଛି ଲୋକ ଅଛନ୍ତି ନିଜ ପୋଷା କୁକୁରକୁ ଗାଡ଼ିରେ ନେବା ବେଳେ ହେଲମେଟ ପିନ୍ଧୁଛନ୍ତି ।

ରାଜଧାନୀ ଭୁବନେଶ୍ୱରରେ ଏମିତି ଦୃଶ୍ୟ ଦେଖିବକୁ ମିଳୁଛି । ଲୋକଙ୍କୁ ସଚେତନ କରୁଥିବା ପ୍ରକାଶ ମହାରଣା ହେଉଛନ୍ତି ପେସାରେ ଜଣେ ଡ୍ରାଇଭର । ଦେଖନ୍ତୁ କିପରି ନିଜ ପିଲାପରି ପୋଷା କୁକୁରକୁ ଗାଡ଼ିରେ ବସାଇ ବୁଲେଉଛନ୍ତି । କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତ ରାୟ କୁକୁରକୁ ହେଲମେଟ୍ ପିନ୍ଧାଉଛନ୍ତି ।

ଏଥି ସହିତ ଟ୍ରାଫିକ୍ ନିୟମ ଉଲ୍ଲଘଂନ କରୁଥିବା ଅମାନିଆ ଲୋକଙ୍କ ହେଲମେଟ୍ ପିନ୍ଧିବାକୁ ସଚେତନ କରିବା ସହ ତୁରନ୍ତ ହେଲମେଟ୍ କିଣିବା ପିନ୍ଧିବାକୁ ବାର୍ତ୍ତା ଦେଇଛନ୍ତି । ସୋସିଆଲ ମିଡିଆରେ ଏହି ସମୟର ଏକ ଭିଡିଓ ଭାଇରାଲ ହେଉଛି ।

Spread the love