
ଭୁବନେଶ୍ୱର : ରାଜ୍ୟରେ ତଳମୁହାଁ ଦୈନିକ ସଂକ୍ରମଣ। ଦିନକରେ ଆଉ ୨୮୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୫୪,ସଙ୍ଗରୋଧରୁ ୧୬୮,ସ୍ଥାନୀୟ ୧୨୧।
୨୪ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱରରୁ ୬, ବରଗଡ ୯, ଭଦ୍ରକ ୧, ବଲାଙ୍ଗୀର ୧୧, ବୌଦ୍ଧ ୧୨, କଟକ ୨୫, ଦେଓଗଡ ୨, ଗଜପତି ୧, ଜଗତସିଂହପୁର ୩, ଯାଜପୁର ୪, ଝାରସୁଗୁଡା ୨, କଳାହାଣ୍ଡି ୮, କନ୍ଧମାଳ ୭, କେନ୍ଦୁଝର ୪, ଖୋର୍ଦ୍ଧା ୬୦, କୋରାପୁଟ ୪, ମୟୁରଭଞ୍ଜ ୬, ନବରଙ୍ଗପୁର ୩, ନୟାଗଡ ୭, ନୂଆପଡା ୧୦, ପୁରୀ ୯, ସମ୍ବଲପୁର ୧୧, ସୋନପୁର ୫, ସୁନ୍ଦରଗଡ ୬୬,ଷ୍ଟେଟ ପୁଲରୁ ୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଉ ୨୮୬ ନୂଆ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୧୩,୧୫,୪୫୯ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୬,୬୭୨କୁ ବୃଦ୍ଧି ପାଇଛି। ୧ହଜାର ୯୮୯ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍