September 8, 2024

Satya News

odia news channel

ରାଜ୍ୟରେ ପୁଣି ବଢ଼ିଲା କରୋନା ଦୈନିକ ସଂକ୍ରମଣ

A health worker wearing protective gear collects a nasal swab sample of an election counting agent to test for the Covid-19 coronavirus at Siliguri college counting centre in Siliguri on April 30, 2021. (Photo by Diptendu DUTTA / AFP) (Photo by DIPTENDU DUTTA/AFP via Getty Images)

 

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢ଼ିଲା କରୋନା ଦୈନିକ ସଂକ୍ରମଣ । ଗତ କିଛି ଦିନ ହେବ ରାଜ୍ୟରେ କରୋନା ଦୈନିକ ସଂକ୍ରମଣ ୩ଶହ ତଳେ ରହୁଥିବା ବେଳେ ଆଜି ୩ଶହ ଅତିକ୍ରମ କରିଛି କରୋନା ସଂକ୍ରମଣ ମାମଲା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୩୨୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧୯୨ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ୧୩୬ଜଣ ରହିଛନ୍ତି ।

ସେହିପରି ଜନ୍ମରୁ ୧୮ ବର୍ଷ ମଧ୍ୟରେ ୭୪ଜଣ ପଜିଟିଭ୍‌ ଥିବା କୁହାଯାଇଛି । ଆଜିର ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ସକ୍ରିୟ କରୋନା ମାମଲା ୧୬୧୬ ରହିଛି । ଗୋଟିଏ ଦିନରେ କରୋନାରୁ ୨୮୯ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟର ୨୭ ଜିଲ୍ଲା ଓ ଷ୍ଟେଟପୁଲରୁ ୩୨୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମାତ୍ର ୩ ଜିଲ୍ଲାରୁ କୌଣସି କରୋନା ସଂକ୍ରମିତ ଚିହ୍ନଟ ହୋଇନଥିବା ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ ।

ସୁନ୍ଦରଗଡ଼ରୁ ସର୍ବାଧିକ ୬୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଅନୁଗୁଳରୁ ୧, ବାଲେଶ୍ୱରରୁ ୪, ବରଗଡ଼ରୁ୯, ବଲାଙ୍ଗୀରରୁ ୮, କଟକରୁ ୩୧, ଦେବଗଡ଼ରୁ ୩, ଗଜପତିରୁ ୪, ଗଞ୍ଜାମରୁ ୧, ଜଗତସିଂହପୁରରୁ ୭ ଓ ଯାଜପୁରରୁ ୧୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି  ଝାରସୁଗୁଡ଼ାରୁ ୩, କଳାହାଣ୍ଡିରୁ ୧୦, କନ୍ଧମାଳରୁ ୪, କେନ୍ଦ୍ରାପଡ଼ାରୁ ୩, କେନ୍ଦୁଝରରୁ ୨, ଖୋର୍ଦ୍ଧାରୁ ୫୪, କୋରାପୁଟରୁ ୩, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୪, ନବରଙ୍ଗପୁରରୁ ୧୩, ନୟାଗଡ଼ରୁ ୪୯, ନୂଆପଡ଼ାରୁ ୯, ପୁରୀରୁ ୯, ରାୟଗଡ଼ାରୁ ୨, ସମ୍ବଲପୁରରୁ ୮, ସୋନପୁରରୁ ୩ ଓ ଷ୍ଟେଟପୁଲରୁ ୧୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Spread the love