ଭୁବନେଶ୍ବର: ବର୍ତ୍ତମାନ ଓମିକ୍ରନ୍ ଚାରିଆଡ଼େ ବ୍ୟାପିବା ଚିନ୍ତାଜନକ। ଆମ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭ ଜଣ ବିଦେଶ ଫେରନ୍ତା କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ମଧ୍ୟରୁ ୪ ଜଣଙ୍କ ଜିନମ ସିକ୍ୱେନସିଂ କରାଯାଇଥିଲା। ସେମାନେ ଓମିକ୍ରନରେ ପୀଡ଼ିତ ନଥିଲେ। ଅନ୍ୟ ତିନି ଜଣଙ୍କ ନମୂନା ସିକ୍ୱେନସିଂ ପାଇଁ ଯାଇଛି। ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।
ସେ କହିଛନ୍ତି, ବିଭିନ୍ନ ମଡେଲ ଦେଖାଉଥିବା ଭବିଷ୍ୟବାଣୀ ଗୋଟେ ପରିସଂଖ୍ୟନ ଉପରେ ଆଧାରିତ। ଆଇଆଇଟି ମଡେଲ ଅନୁସାରେ ଯଦି ରୋଗ ପ୍ରତିରୋଧକ ଶକ୍ତି ପର୍ଯ୍ୟାପ୍ତ ପରିମାଣର ନଥାଏ ତେବେ ଦିନକୁ ଦେଢ଼ ଲକ୍ଷ ପର୍ଯ୍ୟନ୍ତ ସଂକ୍ରମିତ ବାହାରିପାରନ୍ତି। ଆମକୁ ଦେଖିବାକୁ ପଡ଼ିବ ସଂକ୍ରମଣ କେତେ ବଢୁଛି। ସର୍ଭେଲାନ୍ସ କରିବା ସବୁଠାରୁ ଭଲ ଉପାୟ। ସିଡିସି କହିଛନ୍ତି, ଓମିକ୍ରନ୍ ପ୍ରଜାତି ଅଧିକ ସଂକ୍ରମକ। କିନ୍ତୁ ଆକ୍ରାନ୍ତ ଅଧିକ ଗୁରୁତର ହେଉନାହାନ୍ତି, ଅକ୍ସିଜେନ ବ୍ୟବହାର ଓ ହସ୍ପିଟାଲରେ ଭର୍ତ୍ତି ହେବା ସଂଖ୍ୟା ବଢୁନି। ତେବେ ତାକୁ ଭାବିକି ପ୍ରସ୍ତୁତ ନ ରହିବା ଠିକ୍ ନୁହେଁ। ସମାଜର ବି ଭୂମିକା ଅଛି। ଲକ୍ଷଣ ଥିଲେ ଟେଷ୍ଟ କରାନ୍ତୁ। ସଂଖ୍ୟା ଆମେ ପୁରା ଶୂନ କରିପାରିବା ନାହିଁ। କିନ୍ତୁ ତୁରନ୍ତ ଚିହ୍ନଟ କରି ପ୍ରତିକାର କଲେ ଆକ୍ରାନ୍ତଙ୍କ ସଂଖ୍ୟା କମାଇପାରିବା। ନିର୍ବାଚନ ହେଉ କିମ୍ବା ସ୍କୁଲ ଖୋଲିବା ହେଉ, ସଂକ୍ରମିତଙ୍କ ସଂଖ୍ୟା ଓ ପଜିଭିଟି ହାର ଦେଖି କେନ୍ଦ୍ର ସରକାରଙ୍କ ନିୟମ ମୁତାବକ ପ୍ରତିବନ୍ଧକ ଲଗାଯିବ।
More Stories
୨ଟି ରାଜ୍ୟର ଅଧ୍ୟକ୍ଷ ଓ ୬ଟି ରାଜ୍ୟର ପ୍ରଭାରୀ ନିଯୁକ୍ତ କଲା ବିଜେପି
କୌଣସି ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରିବା ନାହିଁ ବିଜେଡି
ଜୁନ ୨୫କୁ କଳା ଦିବସ ପାଳନ କରିବ ବିଜେପି