
ଭୁବନେଶ୍ବର ୩୦।୯: ରାଜ୍ୟର ୧୮୦୦ କେନ୍ଦ୍ରରେ ଟିକାକରଣ ଚାଲିଥିବା ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସେ କହିଛନ୍ତି, ୩ କୋଟି ଟିକାକରଣ ସରିଲାଣି । ବର୍ତ୍ତମାନ ଦୈନିକ ୪ ଲକ୍ଷ ଭାବରେ ଟିକା ଦିଆଯାଉଛି । ଦ୍ବିତୀୟ ଡୋଜ୍ ନେବା ପାଇଁ ଆହୁରି ୨୫ ଲକ୍ଷ ଲୋକ ଅଛନ୍ତି । ସେମାନେ ଟିକା କେନ୍ଦ୍ରରେ କିଭଳି ଦ୍ବିତୀୟ ଡୋଜ୍ ଟିକା ନେବେ ସେନେଇ ସମସ୍ତ ବ୍ୟବସ୍ଥା କରାଯାଉଛି। ରାଜ୍ୟରେ ମୋଟ୍ ହିତାଧିକାରୀଙ୍କ ମଧ୍ୟରୁ ୭୧ ପ୍ରତିଶତ ପ୍ରଥମ ଡୋଜ ଟିକାକରଣ ହୋଇଛି। ଦ୍ବିତୀୟ ଡୋଜରେ ୭୨ ପ୍ରତିଶତ ଟିକା ନେଇଛନ୍ତି। ୧ ଲକ୍ଷ ୮୯ ହାଜର ଗର୍ଭବତୀ ମହିଳାଙ୍କୁ ଟିକାକରଣ କରାଯାଇଛି । ଡିସେମ୍ବର ସୁଦ୍ଧା ଟିକାକରଣ ସାରିବାକୁ ଚେଷ୍ଟା କରାଯାଉଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍