
ଭୁବନେଶ୍ୱର : ଆଜି ଠାରୁ ରାଜ୍ୟ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ।ବିଧାନସଭା ପରିସରରେ ବିଜେଡି ବିଧାୟକ ଦଳଙ୍କ ବୈଠକ ଆରମ୍ଭ ହୋଇଛି। ବିଧାନସଭାରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚି ସାରିବା ସହ ତାଙ୍କ ଅଧ୍ୟକ୍ଷତାରେ ବୈଠକ କରାଯାଉଛି। ବଜେଟ୍ ଅଧିବେଶନରେ ୬ଟି କାର୍ଯ୍ୟ ଦିବସ ରହିବ। ବିଧାନସଭା ବଜେଟ ଅଧିବେଶନ ଆସନ୍ତା ୩୧ ଯାଏଁ ଚାଲୁ ରହିବ। ଦୀର୍ଘ ୨ ବର୍ଷ ପରେ ଗୃହକୁ ମୁଖ୍ୟମନ୍ତ୍ରୀ ଆସିଛନ୍ତି। ୩୦ରେ କାମଚଳା ବଜେଟ୍ ଆଗତ ହେବ। ବଜେଟ୍ ଆରମ୍ଭ ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅଭିଭାଷଣ ଦେଇଛନ୍ତି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍