
ଭୁବନେଶ୍ବର : ରାଜ୍ୟ ସରକାର ଅକ୍ଟୋବର ମାସ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି। ଅକ୍ଟୋବର ଗାଇଡଲାଇନ୍ ନଭେମ୍ବର ୧ ଯାଏ ଜାରି ରହିବ। ପାର୍ବଣ ପାଇଁ କଟକ-ଭୁବନେଶ୍ବରରେ କଟକଣାକୁ କଡ଼ାକଡ଼ି କରାଯାଇଛି। ଟୁଇନ୍ ସିଟିରେ ଅକ୍ଟୋବର ୧୧ ରୁ ୨୦ ଯାଏ ରାତି ୮ରୁ ସକାଳ ୫ ଯାଏ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ। ରାଜ୍ୟର ଅନ୍ୟ ସହରାଞ୍ଚଳରେ ରାତି ୧୦ ରୁ ସକାଳ ୫ ନାଇଟ୍ କର୍ଫ୍ୟୁ ଜାରି ହେବ। ସ୍ବତନ୍ତ୍ର ରିଲିଫ ଆୟୁକ୍ତ(ଏସଆରସି) ପ୍ରଦୀପ ଜେନା ଗୁରୁବାର ସନ୍ଧ୍ୟାରେ ଏ ସଂପର୍କରେ ସୂଚନା ଦେଇଛନ୍ତି। ପୂଜା ପାଳନ ପାଇଁ ଅଗଷ୍ଟ ୯ ତାରିଖରେ ଘୋଷଣା କରାଯାଇଥିବା ମାର୍ଗଦର୍ଶିକାକୁ ପାଳନ କରିବାକୁ ଏସଆରସି କହିଛନ୍ତି। ସମସ୍ତ ପୂଜା କମିଟି ଏହି କଟକଣା ମାନି ପୂଜା କରିବାକୁ କୁହାଯାଇଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍