November 21, 2024

Satya News

odia news channel

ରାଜ୍ୟ ସରକାରଙ୍କର ଅକ୍ଟୋବର ମାର୍ଗ‌ଦର୍ଶିକା : କଟକ-ଭୁବନେଶ୍ବରରେ କଟକଣା କଡ଼ାକଡ଼ି

 

ଭୁବନେଶ୍ବର : ରାଜ୍ୟ ସରକାର ଅକ୍ଟୋବର ମାସ ପାଇଁ  ମାର୍ଗ‌ଦର୍ଶିକା ଜାରି କରିଛନ୍ତି।  ଅକ୍ଟୋବର ଗାଇଡଲାଇନ୍‌ ନଭେମ୍ବର ୧ ଯାଏ ଜାରି ରହିବ। ପାର୍ବଣ ପାଇଁ କଟକ-ଭୁବନେଶ୍ବରରେ କଟକଣାକୁ କଡ଼ାକଡ଼ି କରାଯାଇଛି। ଟୁଇନ୍‌ ସିଟିରେ ଅକ୍ଟୋବର ୧୧ ରୁ ୨୦ ଯାଏ ରାତି ୮ରୁ ସକାଳ ୫ ଯାଏ ନାଇଟ୍‌ କର୍ଫ୍ୟୁ ବଳବତ୍ତର ରହିବ। ରାଜ୍ୟର ଅନ୍ୟ ସହରାଞ୍ଚଳରେ ରାତି ୧୦ ରୁ ସକାଳ ୫ ନାଇଟ୍‌ କର୍ଫ୍ୟୁ ଜାରି ହେବ। ସ୍ବତନ୍ତ୍ର ରିଲିଫ ଆୟୁକ୍ତ(ଏସଆରସି) ପ୍ରଦୀପ ଜେନା ଗୁରୁବାର ସନ୍ଧ୍ୟାରେ ଏ ସଂପର୍କରେ ସୂଚନା ଦେଇଛନ୍ତି। ପୂଜା ପାଳନ ପାଇଁ ଅଗଷ୍ଟ ୯ ତାରିଖରେ ଘୋଷଣା କରାଯାଇଥିବା ମାର୍ଗ‌ଦର୍ଶିକାକୁ ପାଳନ କରିବାକୁ ଏସଆରସି କହିଛନ୍ତି। ସମସ୍ତ ପୂଜା କମିଟି ଏହି କଟକଣା ମାନି ପୂଜା କରିବାକୁ କୁହାଯାଇଛି।

ଏହା ବ୍ୟତୀତ କୋଭିଡ ଆଚରଣକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଶ୍ରୀ ଜେନା ଅନୁରୋଧ କରିଛନ୍ତି। ମାସ୍କ ପିନ୍ଧିବା, ହାତ ଧୋଇବା ଓ ଦୁଇ ଗଜର ଦୂରତା ପାଳନ କରିବା ଲାଗି ସେ ପରାମର୍ଶ ଦେଇଛନ୍ତି। ପାର୍ବଣ ସମୟରେ ଘରେ ରହି ନିରାଡମ୍ବର ଭାବେ ପୂଜା ପାଳନ କରିବାକୁ ଏସଆରସି କହିଛନ୍ତି। ଭିଡ ଓ ଗହଳୀ ସ୍ଥାନକୁ ନ ଯିବା ପାଇଁ ଅନୁରୋଧ କରିଛନ୍ତି।

ତେବେ ସେପ୍ଟେମ୍ବରର ଅନ୍ୟାନ୍ୟ ସମସତ କଟକଣା ବଳବତ୍ତର ରହିବ ବୋଲି ଏସଆରସି ଶ୍ରୀ ଜେନା କହିଛନ୍ତି।

 

Spread the love