
ବ୍ରହ୍ମପୁର, ୦୧/୦୮: ଅଗଷ୍ଟ ମାସ ପାଇଁ ଜାରି ହୋଇଚି ଗାଇଡଲାଇନ୍ । ରାଜ୍ୟ ସରକାରଙ୍କ ଅନୁମତି ପରେ ମଲ୍, ହୋଟେଲ୍, ରେଷ୍ଟୁରାଣ୍ଟ୍, ପାର୍କ, ବେଳାଭୂମି ସବୁ କିଛି ଖୋଲିଛି । ସ୍ବାଭାବିକ ହେଉଛି ସ୍ଥିତି। ଦୀର୍ଘ ମାସ ପରେ ମଲ୍ ଖୋଲିବା ପରେ ବ୍ୟବସାୟୀ ଏବଂ ଗ୍ରାହକ ବେଶ୍ ଖୁସି ଜାହିର୍ କରିଛନ୍ତି। ଏହାରି ଭିତରେ କୋଭିଡ୍ ଗାଇଡ୍ ଲାଇନ୍କୁ ଅନୁପାଳନ କରିଛନ୍ତି ବ୍ୟବସାୟୀକ ପ୍ରତିଷ୍ଠାନ ଏବଂ ଗ୍ରାହକ।
ଦୋକାନ ଭିତରକୁ ପ୍ରବେଶ କରିବା ପୂର୍ବରୁ ଫାଟକରେ ସାନିଟାଇଜ୍ କରିବା ସହ ଥର୍ମାଲ୍ ସ୍କ୍ରିନିଂ କରାଯାଉଛି। ୫୦ ପ୍ରତିଶତ ଗ୍ରାହକଙ୍କୁ ପ୍ରବେଶ କରିବା ସୁଯୋଗ ଦେଉଛନ୍ତି। ଗହଳ ଚହଳକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ରକ୍ଷା କରିବା ଦିଗରେ ଗୁରୁତ୍ବ ଦେଉଛନ୍ତି ବ୍ୟବସାୟୀ। ଦୀର୍ଘ ମାସର ବ୍ୟବଧାନ ପରେ ମଲ୍ ଖୋଲିଥିବାରୁ ବ୍ୟବସାୟ ନେଇ ବ୍ୟବସାୟୀ ଖୁସି ଜାହିର୍ କରିଥିବା ବେଳ ଗ୍ରାହକ ମଧ୍ୟ ବେଶ୍ ଖୁସି ଜାହିର୍ କରିଛନ୍ତି। ତଥାପି ସତର୍କତା ଅବଲମ୍ବନ କରିବାକୁ ପଡିବ ବୋଲି କହିଛନ୍ତି ଗ୍ରାହକ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍