
ଭୁବନେଶ୍ୱର, ୧୬/୦୭: ରାଷ୍ଟ୍ରପତି ନିର୍ବାଚନ ନେଇ ବିଧାନସଭାରେ ବିଜେଡି ବିଧାୟକମାନଙ୍କୁ ଦଳ ପକ୍ଷରୁ ତାଲିମ ଦିଆଯାଉଛି । କିଭଳି ଭାବେ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବେ, ନାକଚ ହେବ ନାହିଁ । ସେଥପାଇଁ ଦଳ ବରିଷ୍ଠ ନେତା ଏହି ତାଲିମ ଦେଉଛନ୍ତି । ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶଙ୍କ ଉପସ୍ଥିତିରେ ଏହି ତାଲିମ ଦିଆଯାଉଛି । ବିଶେଷ କରି ପ୍ରଥମ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବାକୁ ଯାଉଥିବା ବିଧାୟକମାନଙ୍କ ଉପରେ ଅଧିକ ଧ୍ୟାନ ଦିଆଯାଉଛି । ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦୌପ୍ରଦୀ ମୁର୍ମୁଙ୍କୁ ବିଜେଡି ସମର୍ଥନ ଦେଉଥିବା ବେଳେ ଓଡ଼ିଶାର ଆଦିବାସୀ ଝିଅ ହୋଇଥିବାରୁ କିଭଳି ଭାବେ ଓଡିଶାରୁ ଅଧିକ ଭୋଟ ମିଳିବ ସେଥିପାଇଁ ପ୍ରୟାସ ମଧ୍ୟ କରିଛି ବିଜେଡି ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍