
ରାୟଗଡା, ୩୧|୦୭: ରାୟଗଡାରେ ଏଲଜିର ଏକ ଏକ୍ସକ୍ଲୁସିଭ୍ ଇଲେକ୍ଟ୍ରୋନିକ୍ ଷ୍ଟୋର୍ ଖୋଲିଛି । ସହରର ଷ୍ଟେସନ ରୋଡରେ ନୂଆ କରି ଏହି ସୋରୁମରୁ ଉଦଘାଟନ କରାଯାଇଛି । କମ୍ପାନୀର ବରିଷ୍ଠ ଆଞ୍ଚଳିକ ବ୍ୟବସାୟ ମୁଖ୍ୟ ପ୍ରବଳ ସକସେନା, ଆଞ୍ଚଳିକ ବ୍ୟବସାୟ ମୁଖ୍ୟ ପ୍ରଭଞ୍ଜନ ରାୟ ଓ ଶାଖା ପରିଚାଳକ ମନୀଷ ସିଙ୍ଘଲ ଆଦି ଉଦଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ ।
କମ୍ପାନୀର କହିବାନୁସାରେ, ଏବେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ଚାହିଦା ମେଣ୍ଟାଇବାକୁ କମ୍ପାନୀ ଏହି ନୂତର ଷ୍ଟୋର ଖୋଲିଛି । କମ୍ପାନୀ ଗ୍ରାହକଙ୍କୁ ଡିଜିଟାଲ ଦୁନିଆରେ ଆବଶ୍ୟକୀୟ ସମସ୍ତ ଚାହିଦା ମେଣ୍ଟାଇବାକୁ ବଦ୍ଧ ପରିକର ଅଟେ । ଏକ ଦାୟିତ୍ୱବାନ କମ୍ପାନୀ ଭାବେ ସୋରୁମରେ ମହାମାରୀ ବେଳେ କରୋନା କଟକଣାକୁ ଧ୍ୟାନରେ ରଖାଯିବ । ନିରନ୍ତର ବାବେ ସୋ ରୁମକୁ ସଫା କରାଯିବା ସହ କର୍ମଚାରୀମାନେ ମାସ୍କ ମଧ୍ୟ ପିନ୍ଧିବେ । ଗ୍ରାହକଙ୍କ ହାତକୁ ସାନିଟାଇଜ୍ ମଧ୍ୟ କରାଯିବ ।
ଏହି ଅବସରରେ କମ୍ପାନୀର ନିର୍ଦ୍ଦେଶକ(ଏଲଜି ଇଲେକ୍ଟ୍ରୋନିକ୍ସ ଇଣ୍ଡିଆ) ହ୍ୟୋୟୋଙ୍ଗ୍ ସବ୍ କହିଛନ୍ତି ଯେ, କେବଳ ସୋରୁମ ଖୋଲିବାକୁ କମ୍ପାନୀ ଲକ୍ଷ୍ୟ ରଖିନାହିଁ, ବରଂ ଗ୍ରାହକଙ୍କ ଚାହିଦାକୁ ପୂରଣ କରିବାକୁ ମଧ୍ୟ ଲକ୍ଷ୍ୟ ରହିଛି । କମ୍ପାନୀର ଗ୍ରାହକ ଯେଉଁଠାରେ ଅଛନ୍ତି ସେଠାରେ ସେମାନଙ୍କୁ କିପରି ଆବଶ୍ୟକୀୟ ଇଲେକ୍ଟ୍ରୋନିକ୍ସ ସରଞ୍ଜାମ ଯୋଗାଇ ଦିଆଯିବ ସେନେଇ ଧ୍ୟାନ ଦିଆଯାଉଛି । ଏହାସହ ଗୁଣବତ୍ତା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଛି ।
ଏଲଜି ବେଷ୍ଟ ସପ୍ କମ୍ପାନୀ ଓ ବ୍ୟବସାୟିକ ପାର୍ଟନରଙ୍କ ମଧ୍ୟରେ ଉତ୍ତମ ଯୋଗାଯୋଗ ଦିଗରେ ଫଳପ୍ରଦ ହେବ । ଯାହା ମାର୍କେଟିଂ ପ୍ରମୋସନକୁ ମଧ୍ୟ ପ୍ରୋତ୍ସାହିତ କରିବ । କମ୍ପାନୀ କେବଳ ଅଧିକ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଯୋଜନା କରୁ ନାହିଁ, ବରଂ ଏଲଜି ବ୍ରାଣ୍ଡ୍ର ଓ ଏଲଜି ସାମଗ୍ରୀର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଯୋଜନା ରଖିଛି । ଏହି ସୋରୁମରେ ଗ୍ରାହକମାନେ ସପିଂର ମଜା ଉଠାଇପାରିବେ । ଉତ୍ସବ, ପର୍ବ ପର୍ବାଣୀରେ ମଧ୍ୟ ବିଭିନ୍ନ ଅଫରର ଗ୍ରାହକ ଲାଭ ଉଠାଇପାରିବେ ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍