ସମ୍ବଲପୁର : ପୂର୍ବତଟ ରେଳବାଇ ଅର୍ନ୍ତଗତ ସମ୍ବଲପୁର ରେଳ ମଣ୍ଡଳ ଅଧିନସ୍ଥ ସମ୍ବଲପୁର – ଟିଟିଲାଗଡ ସେକ୍ସନ ମଧ୍ୟରେ ରେଳ ନିରାପତ୍ତା, ଆଧୁନିକୀକରଣ ଓ ଦୋହରୀକରଣ କାର୍ଯ୍ୟ ସମ୍ପାଦନ କରାଯାଉଛି । ଏଣୁ ଉଭୟ ଦିଗରୁ ଆସନ୍ତା ୧୬ ତାରିଖରେ ସମ୍ବଲପୁର – ଜୁନାଗଡ ରୋଡ – ସମ୍ବଲପୁର ପାସେଞ୍ଜର ସ୍ୱତନ୍ତ୍ର ଓ ଟିଟିଲାଗଡ – ବିଲାସପୁର – ଟିଟିଲାଗଡ ପାସେଞ୍ଜର ସ୍ୱତନ୍ତ୍ରକୁ ବାତିଲ କରାଯାଇଛି । ସେହିଭଳି ୧୬ ତାରିଖରେ ଭୁବନେଶ୍ୱର – ବଲାଙ୍ଗୀର – ଭୁବନେଶ୍ୱର ସୁପର ଫାଷ୍ଟ ଇନ୍ଟରସିଟି ଏକ୍ସପ୍ରେସ ଭୁବନେଶ୍ୱର ରୁ ସମ୍ବଲପୁର ମଧ୍ୟରେ ଚଳାଚଳ କରିବ ଏବଂ ସମ୍ବଲପୁର ରୁ ବଲାଙ୍ଗୀର ମଧ୍ୟରେ ଏହା ବାତିଲ ରହିବ ।
ସେହିପରି ୧୬ ତାରିଖରେ ଜଗଦଲପୁର – ହାୱଡା ସମଲେଶ୍ୱରୀ ଏକ୍ସପ୍ରେସ ଜଗଦଲପୁରରୁ ନିର୍ଦ୍ଧାରିତ ସମୟ ସକାଳ ୫ଟା ୫ ମିନିଟ ପରିବର୍ତ୍ତେ ସକାଳ ୭ଟା ୩୫ ମିନିଟରେ ଛାଡିବ । ୧୬ ତାରିଖରେ ରାୟଗଡା – ସମ୍ବଲପୁର ଇନ୍ଟରସିଟି ଏକ୍ସପ୍ରେସ ରାୟଗଡାରୁ ନିର୍ଦ୍ଧାରିତ ସମୟ ଅପରାହ୍ନ ୧ଟା ୨୫ ମିନିଟ ପରିବର୍ତ୍ତେ ଅପରାହ୍ନ ୨ଟା ୫୫ ମିନିଟରେ ଛାଡିବ । ୧୬ ତାରିଖରେ ହାୱଡା – କଣ୍ଟାବାଞ୍ଜି ଇସ୍ପାତ ଏକ୍ସପ୍ରେସ ନିର୍ଦ୍ଧାରିତ ସମୟ ସକାଳ ୬ଟା ୩୫ ମିିନିଟ ପରିବର୍ତ୍ତେ ହାୱାଡାରୁ ପୂର୍ବାହ୍ନ ୮ ଟା ୫ ମିନିଟରେ ଗନ୍ତବ୍ୟସ୍ଥଳକୁ ଯାତ୍ରାରମ୍ଭ କରିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।
More Stories
୨ଟି ରାଜ୍ୟର ଅଧ୍ୟକ୍ଷ ଓ ୬ଟି ରାଜ୍ୟର ପ୍ରଭାରୀ ନିଯୁକ୍ତ କଲା ବିଜେପି
କୌଣସି ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରିବା ନାହିଁ ବିଜେଡି
ଜୁନ ୨୫କୁ କଳା ଦିବସ ପାଳନ କରିବ ବିଜେପି