March 4, 2026

ରେଳ ଲାଇନ୍‌ରେ ଯାଉଛି ଜୀବନ; ୧୦୫ ମାସରେ ଯାଇଛି ୩,୧୩୪ ଜୀବନ

 

ରାଉରକେଲା: ଅସାବଧାନତା ହେଉ ଅବା ବିଭିନ୍ନ କାରଣରୁ ରେଳଲାଇନରେ ଯାଉଛି ଅନେକଙ୍କ ମୂଲ୍ୟବାନ ଜୀବନ। କିଏ ଚଳନ୍ତା ଟ୍ରେନ୍‌ ଆଗକୁ ଡେଇଁ ମୃତ୍ୟୁବରଣ କରୁଛନ୍ତି ତ ଅନ୍ୟ କିଏ ଟ୍ରେନ୍‌ ଲାଇନରେ ଶୋଇ ଜୀବନ ହାରୁଛନ୍ତି। କାହାର ଟ୍ରେନ୍‌ ଧକ୍କାରେ ଜୀବନ ଯାଉଛି। ପୁଣି ଅନ୍ୟ କିଏ ଚଳନ୍ତା ଟ୍ରେନ୍‌ରୁ ପଡି ଅବା ବନ୍ଦଥିବା ରେଳଫାଟକ ଅତିକ୍ରମ କଲାବେଳେ ଟ୍ରେନ୍‌ ଧକ୍କାରେ ମୃତ୍ୟୁବରଣ କରୁଛନ୍ତି।

ରେଳ ବିଭାଗ ପକ୍ଷରୁ ପ୍ରତିବର୍ଷ ସୁରକ୍ଷାକୁ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ବନ୍ଦ ଥିବା‌ ରେଳଫାଟକ ସମୟରେ ରେଳ ଲାଇନ ଅତିକ୍ରମ ନ କରିବାକୁ ସଚେତନତା କରାଯାଉଛି। ନିୟମ ପାଳନ କରୁ ନଥିବାରୁ ଅନେକଙ୍କ ଟ୍ରେନ୍‌ ଧକ୍କାରେ ଜୀବନ ଯାଉଛି। ଗତ କିଛି ବର୍ଷ ତଳେ ବ୍ରାହ୍ମଣୀ ପୋଲ ରେଳ ଲାଇନ ଉପରେ ଚାଲି ଚାଲି ଯାଉଥିବାବେଳେ ଟ୍ରେନ୍‌ ଧକ୍କାରେ ଝାଡ଼ଖଣ୍ଡର ଏକ ପରିବାର ୪ରୁ ଅଧିକ ସଦସ୍ୟଙ୍କର ମୃତ୍ୟୁ ହୋଇଥିଲା। ସେମିତି ରାଉରକେଲା ବାସନ୍ତୀକଲୋନି ମାଲଗୋଦାମ, କୁକୁଡାଗେଟ୍‌, କଲୁଙ୍ଗାରେ ରେଳଫାଟକ ଅତିକ୍ରମ କରୁଥିବାବେଳେ ଅନେକଙ୍କର ମୃତ୍ୟ ହୋଇଛି।

Spread the love