ଡେସ୍କ: ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ରୋଧ ସେକ୍ଟରର ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପର ସୁପରଭାଇଜର ତଥା ଭରସୁଜା ସେକ୍ଟର ଦାୟିତ୍ୱରେ ଥିବା ଶ୍ରୀମତୀ କୁନି ନାୟକ ଆଜି ୬ ଜଣ ଅଙ୍ଗନବାଡି କର୍ମୀଙ୍କ ଠାରୁ ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ବିଭାଗ ଦ୍ୱାରା ଧରା ପଡିଛନ୍ତି। ସୂଚନା ଅନୁଯାୟୀ, ଅଙ୍ଗନବାଡି କେନ୍ଦ୍ର ପରିଚାଳନା ପାଇଁ ଆସିଥିବା ଅର୍ଥରୁ ୬ ଜଣ ଅଙ୍ଗନବାଡି କର୍ମୀଙ୍କ ଠାରୁ ୧୯ ହଜାର ୮ ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ଅଧିକାରୀ ତାଙ୍କ ଠାବ କରିଥିଲେ ଓ ତାଙ୍କ ଠାରୁ ଲାଞ୍ଚ ଅର୍ଥ ଜବତ କରାଯାଇଛି। ଏ ନେଇ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ତାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି।
More Stories
୨ଟି ରାଜ୍ୟର ଅଧ୍ୟକ୍ଷ ଓ ୬ଟି ରାଜ୍ୟର ପ୍ରଭାରୀ ନିଯୁକ୍ତ କଲା ବିଜେପି
କୌଣସି ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରିବା ନାହିଁ ବିଜେଡି
ଜୁନ ୨୫କୁ କଳା ଦିବସ ପାଳନ କରିବ ବିଜେପି