
ଭୁବନେଶ୍ୱର: ଲୁଚକାଳି ଖେଳୁଛି ମୌସୁମୀ ବାୟୁ । ରଜ ସୁଦ୍ଧା ମୌସୁମୀ ଓଡ଼ିଶା ଛୁଇଁ ନପାରେ ବୋଲି ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି । ଆଇଏମଡିର କହିବା ଅନୁଯାୟୀ ରଜ ପୂର୍ବରୁ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ସମ୍ଭାବନା ନାହିଁ । ବଙ୍ଗୋପସାଗରର ଅଧିକାଂଶ ଅଞ୍ଚଳରେ ମୌସୁମୀ ଛୁଇଁଲାଣି । ତାହା ସହ ଦକ୍ଷିଣ ଭାରତରେ ବି ମୌସୁମୀ ଅଗ୍ରଗତି ଭତ୍ସାହ ଜନକ ଦେଖିବାକୁ ମିଳୁଛି । ହେଲେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାକୁ ମୌସୁମୀ ଛୁଇଁନପାରେ ବୋଲି କହିଛି ଆଇଏମଡି । ଖାଲି ସେତିକି ନୁହେଁ ୧୨ରୁ ୧୩ ତାରିଖ ପୂର୍ବରୁ ଓଡ଼ିଶାକୁ ମୌସୁମୀ ଆସିବାର କୌଣସି ସମ୍ଭାବନା ନାହିଁ ନାହିଁ ବୋଲି କହିଛି ବିଭାଗ । ମଳିଥିବା ସୂଚନା ଅନୁଯାୟୀ ୧୧ତାରିଖ ସୁଦ୍ଧା ରଜରେ ବର୍ଷା ହେବକି ନାହିଁ ଜଣାପଡ଼ିବ ବୋଲି କୁହାଯାଇଛି ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍