
ପୁରୀ : ପବିତ୍ର ନୀଳାଦ୍ରି ବିଜେ ନୀତିରେ ସେବାୟତମାନଙ୍କର ପ୍ରମୁଖ ଭୂମିକା ରହିଥାଏଛି। ତେବେ କେତେଜଣ ସେବାୟତଙ୍କ ବିଶୃଙ୍ଖଳା ଯୋଗୁ ସମଗ୍ର ସେବାୟତଙ୍କୁ ନିନ୍ଦିତ ହେବାକୁ ପଡ଼ୁଛି। ଆଜି ଶ୍ରୀବିଗ୍ରହମାନଙ୍କୁ ଶ୍ରୀମନ୍ଦିରକୁ ପହଣ୍ଡି କରି ନେଉଥିବା ସେବାୟତମାନଙ୍କ ମଧ୍ୟରେ ଥିବା କେତେକ ସେବାୟତ ମହାପ୍ରଭୁଙ୍କ ସହିତ ସେଲ୍ଫଇ ନେଉଥିବା ଦେଖିବାକୁ ମିଳିଥିଲା। ତେବେ ଏହି ସେବାୟତମାନଙ୍କର ମହାପ୍ରଭୁଙ୍କ ପହଣ୍ଡି କରିବାରେ ନା ସେଲ୍ଫି ନେବାରେ ଆଗ୍ରହ ଥିଲା, ସେନେଇ ସାଧାରଣରେ ଚର୍ଚ୍ଚା ହେଉଛି।
ଭିଡିଓ କଲିଂରେ ଶ୍ରୀଜଗନ୍ନାଥଙ୍କ ପହଣ୍ଡି
କୋଭିଡ଼ କଟକଣା ଯୋଗୁଁ ବିନା ଭକ୍ତରେ ରଥଯାତ୍ରାଠାରୁ ଆରମ୍ଭ କରି ନିଳାଦ୍ରୀ ବିଜେ ନୀତି ସମ୍ପର୍ଣ୍ଣ ହେବ ବୋଲି ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ରହିଥିଲା। ଭକ୍ତମାନେ ଘରେ ରହି ଟିଭି ମାଧ୍ୟମରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାଠାରୁ ଆରମ୍ଭ କରି ନିଳାଦ୍ରୀ ବିଜେ ଉତ୍ସବ ଦେଖୁଥିଲେ। ତେବେ ଯେଉଁମାନେ ଆଜି ନିଳାଦ୍ରୀ ବିଜେ ସମୟରେ ରଥ ନିକଟରେ ରହିବାର ସୁଯୋଗ ପାଇଥିଲେ, ସେମାନେ ନିଜ ନିଜ ସମ୍ପର୍କୀୟମାନଙ୍କୁ ଶ୍ରୀଜୀଉମାନଙ୍କର ପହଣ୍ଡି ନୀତି ଭିଡିଓ କଲିଂରେ ଦେଖାଉଥିବାର ଦେଖିବାକୁ ମିଳିଥିଲା।
ପହଣ୍ଡି ଆଗରେ ମୋବାଇଲ ମାଳମାଳ
ରଥଯାତ୍ରାଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ରଥ ନିକଟରେ କେବଳ ସେବାୟତ, ପୁଲିସ, ଜିଲ୍ଲା ପ୍ରଶାସନ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ପାସ୍ଧାରୀଙ୍କ ବ୍ୟତିତ ସାମ୍ବାଦିକମାନଙ୍କୁ ରହିବାକୁ ଅନୁମତି ଥିଲା। ମାତ୍ର ଗଣମାଧ୍ୟମ ପ୍ରତିନିଧିଙ୍କ ବ୍ୟତିତ ଅନ୍ୟମାନେ ମଧ୍ୟ ସେମାନଙ୍କର ମୋବାଇଲରେ ଫଟୋ ଏବଂ ଭିଡିଓ ସୁଟିଂ କରୁଥିବାର ଦେଖିବାକୁ ମିଳିଥିଲା। ସେବାୟତମାନଙ୍କଠାରୁ ଆରମ୍ଭ କରି ପୁଲିସ ଏବଂ ପ୍ରଶାସନିକ ବ୍ୟବସ୍ଥାରେ ଥିବା ଅଧିକାରୀମାନେ ମଧ୍ୟ ମୋବାଇଲରେ ଭିଡିଓ ସୁଟିଂ କରୁଥିବା ଦେଖିବାକୁ ମିଳିଥିଲା।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍