ଭୁବନେଶ୍ୱର, ୦୩/୦୮: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଷ୍ଟାଫ୍ ସିଲେକ୍ସନ୍ ଅଫିସ୍ରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି ଭିଜିଲାନ୍ସ । ଦୁଇ ଅଫିସର୍ଙ୍କୁ ନେଇ ଭିଜିଲାନ୍ସ ବିଭାଗର ଏକ ଟିନ୍ ଏହି ଯାଞ୍ଚରେ ସାମିଲ୍ ହୋଇଛନ୍ତି । ଷ୍ଟାଫ୍ ସିଲେକ୍ସନ୍ ସଦସ୍ୟଙ୍କ ପିଏସ୍ କୋଟିପତି ବିରଞ୍ଚି ସାହୁଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ରେଡ୍ ପରେ ତାଙ୍କ ଠାରୁ ପାଖାପାଖି ୪ କୋଟି ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଜବତ କରାଯାଇଥିଲା ।
ଗତକାଲି ଷ୍ଟାଫ ସିଲେକସନ କମିସନଙ୍କ ବ୍ୟକ୍ତିଗତ ସଚିବ କୋଟିପତି ବିରଞ୍ଚି ସାହୁଙ୍କୁ ଚାକିରୀରୁ ବିଦା କରିଥିଲେ ରାଜ୍ୟ ସରକାର । ତାଙ୍କୁ ବାଧ୍ୟତା ମୂଳକ ଅବସର ଦିଆଯାଇଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିଲେ ବିରଞ୍ଚି । ଏଥି ସହିତ ତାଙ୍କର ପୁରୁଣା ଫାଇଲ ଦରାଣ୍ଡିବା ଆରମ୍ଭ କରିଦେଇଛି ଭିଜିଲାନ୍ସ ବିଭାଗ । ତାଙ୍କ ଆଲମିରାରୁ ମିଳିଥିବା ଛାତ୍ରଛାତ୍ରୀଙ୍କ ଆଇ କାର୍ଡ ଗୁଡିକର ଠିକଣା ଯୋଗାଡ କରୁଛି ଭିଜିଲାନ୍ସ । ଏଥିସହିତ ଏହି ଛାତ୍ରଛାତ୍ରୀ ମାନେ ଏବେ ଚାକିରୀ କରିସାରିଛନ୍ତି ନା ଚାକିରୀ ପାଇବାକୁ ଅପେକ୍ଷାରେ ଅଛନ୍ତି ତାର ମଧ୍ୟ ଚାଲିଛି ଛାନଭିନ । ତେବେ ଏହି ମାମଲାରେ ଷ୍ଟାଫ୍ ସିଲେକ୍ସନ୍ ଅଫିସ୍ରୁ କୌଣସି ତଥ୍ୟ ମିଳିବା ନେଇ ଯାଞ୍ଚ କରୁଛି ବିଭାଗ ।
More Stories
୨ଟି ରାଜ୍ୟର ଅଧ୍ୟକ୍ଷ ଓ ୬ଟି ରାଜ୍ୟର ପ୍ରଭାରୀ ନିଯୁକ୍ତ କଲା ବିଜେପି
କୌଣସି ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରିବା ନାହିଁ ବିଜେଡି
ଜୁନ ୨୫କୁ କଳା ଦିବସ ପାଳନ କରିବ ବିଜେପି