
ଢେଙ୍କାନାଳ ୨୯।୬: ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରୁ ନବବଧୂଙ୍କ ମୃତଦେହକୁ ଟାଉନଥାନା ପୋଲିସ ଜବତ କରିଛି । ନବବଧୂଙ୍କର ମୃତ୍ୟୁ ସନ୍ଦେହ ଘେରକୁ ଆସିଛି । ଫଳରେ ଟାଉନ ପୋଲିସ ମୃତ ମହିଳାଙ୍କ ସ୍ବାମୀ, ଶାଶୁ ଓ ଶ୍ବଶୁରଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।
ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ସହରର ଷ୍ଟେସନ ବଜାରଠାରେ ଏକ ଭଡା ଘରେ ରହୁଥିଲେ ତୁମୁସିଙ୍ଗା ଥାନା ଧୋବାବାହାଳୀ ଗାଁର ସୁରେନ୍ଦ୍ର ସାହୁଙ୍କ ପରିବାର । ୧୧ ମାସ ତଳେ କାମାକ୍ଷାନଗର ଗାଙ୍ଗିଯୋଡି ଗାଁର ସଞ୍ଜୁବାଳା ସାହୁଙ୍କୁ ସୁରେନ୍ଦ୍ର ବିବାହ କରିଥିଲେ । ସୁରେନ୍ଦ୍ର କଟକର ଏକ ଦୋକାନରେ ଟେକନିସିଆନ ଭାବେ କାମ କରନ୍ତି । ସୋମବାର କୌଣସି କାରଣ ବଶତଃ ପାରିବାରିକ କଳହ ଯୋଗୁଁ ଅତିଷ୍ଠ ହୋଇ ସଞ୍ଜୁବାଳା ନିଜ ମା’ଙ୍କୁ ଫୋନ୍ ଯୋଗେ ଜଣାଇଥିଲେ ବୋଲି ତାଙ୍କ ମା’ ପ୍ରକାଶ କରିଛନ୍ତି । ତେବେ ଗତ ରାତିରେ ସଞ୍ଜୁବାଳାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ ନିଆଯାଇଥିବା ଶ୍ଵଶୁର ଘର ପକ୍ଷରୁ ଫୋନ୍ କରାଯାଇଥିଲା ବୋଲି ମୁତ ସଞ୍ଜୁଙ୍କ ଭାଇ ପ୍ରକାଶ କରିଛନ୍ତି । ତେବେ ଡାକ୍ତରଖାନାରେ ଡାକ୍ତର ସଞ୍ଜୁବାଳାଙ୍କୁ ମୃତ ଘୋଷଣା କରିଥିଲେ। ସଞ୍ଜୁବାଳାଙ୍କ ଏପରି ସନ୍ଦେହଜନକ ମୃତ୍ୟୁକୁ ନେଇ ବାପଘର ପକ୍ଷରୁ ଝିଅକୁ ଏକ ଲକ୍ଷ ଟଙ୍କା ଅଧିକ ଯୌତୁକ ପାଇଁ ନିର୍ଯାତନା ଦିଆଯାଉଥିଲା ବୋଲି ଅଭିଯୋଗ କରାଯାଇଛି । ଫଳରେ ଅଭିଯୋଗ ଆଧାରରେ ଝିଅର ସ୍ଵାମୀ, ଶାଶୁ ଓ ଶ୍ବଶୁରଙ୍କୁ ଟାଉନ ଥାନା ପୋଲିସ ଅଟକ ରଖି ପୋଲିସ ଅଧିକ ତଦନ୍ତ କରୁଛି ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍