July 12, 2025

ସମ୍ବିଧାନ ଦିବସରେ ମୁଖବନ୍ଧ ପାଠ କରିବେ ରାଷ୍ଟ୍ରପତି, ଦେଶବାସୀଙ୍କୁ ପାଠ କରିବାକୁ ଆହ୍ୱାନ ଦେଲେ ସଂସଦୀୟ ମନ୍ତ୍ରୀ

 

ସମ୍ବିଧାନ ତଥା ଏହାର ମୂଲ୍ୟବୋଧ ବିଷୟରେ ସଚେତନତା ସୃଷ୍ଟି କରିବାକୁ ଏକ ପ୍ରୟାସ ସ୍ୱରୂପ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ସମ୍ବିଧାନ ଦିବସରେ ସଂସଦର କେନ୍ଦ୍ରୀୟ କକ୍ଷରେ ଏକ କାର୍ଯ୍ୟକ୍ରମରେ ସମ୍ବିଧାନର ମୁଖବନ୍ଧ ପାଠ କରିବେ। ଏହି କାର୍ଯ୍ୟକ୍ରମ ଚଳିତ ମାସ ୨୬ରେ ହେବାକୁ ଥିବା ସମ୍ବିଧାନ ଦିବସରେ ଲୋକସଭା ସଚିବାଳୟ ଦ୍ୱାରା ଆୟୋଜିତ ହେବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ଘୋଷଣା କରିଛନ୍ତି।

ଏହି ଦିବସରେ ଅନଲାଇନରେ ନାଗରିକଙ୍କ ପାଇଁ ଏକ କୁଇଜ୍ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହେବ। ଯୋଶୀ କହିଛନ୍ତି ଯେ ଆଜାଦି କା ଅମୃତ ମହୋତ୍ସବର ଏକ ଅଂଶ ଭାବରେ ଏହି ସମ୍ବିଧାନ ଦିବସ ପାଳନ କରାଯିବ। ଲୋକସଭା ବାଚସ୍ପତି ତଥା ସଚିବଙ୍କ ଦ୍ୱାରା ସଂସଦର କେନ୍ଦ୍ରୀୟ କକ୍ଷରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯିବ।

ନଭେମ୍ବର ୨୬ରେ ଆୟୋଜିତ ହେବାକୁ ଥିବା ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଲୋକସଭା ବାଚସ୍ପତି ଏବଂ ଅନ୍ୟମାନେ ଅଂଶଗ୍ରହଣ କରିବେ। ରାଷ୍ଟ୍ରପତି ସମ୍ବିଧାନର ମୁଖବନ୍ଧ ପାଠ କରିବେ, ଏଥି ସହ ସମସ୍ତ ଦେଶବାସୀମକୁ ମଧ୍ୟ ଏହା ପାଠ କରିବାକୁ ନିବେଦନ କରାଯାଉଛି। ରାଷ୍ଟ୍ରପତିଙ୍କ ସହ ଏହା ପାଠ କରିବା ସହିତ ଭିଡିଓଟିକୁ ଆପଣଙ୍କର ସୋସିଆଲ ମିଡିଆ ଆକାଉଣ୍ଟରେ ଅପଲୋଡ୍ କରନ୍ତୁ ଏବଂ ଏଥିପାଇଁ ଅଂଶଗ୍ରହଣକାରୀ ନାଗରିକଙ୍କୁ ଏକ ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଦ୍ୱିତୀୟ ପୋର୍ଟାଲ୍ mpa.nic.in/constitution-day ଅନଲାଇନ୍ କୁଇଜ୍ ପାଇଁ ଉଦ୍ଦିଷ୍ଟ। ସେ ଏହା ମଧ୍ୟ କହିଛନ୍ତି ଯେ ସମ୍ବିଧାନର ମୁଖବନ୍ଧ ପାଇଁ ଫ୍ରେମ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଜୟ ପ୍ରକାଶ ଲେଖିୱାଲଙ୍କ ଦ୍ୱାରା ଡିଜାଇନ୍ କରାଯାଇଛି। ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳର କଳାକୃତ୍ତି ସମ୍ପର୍କିତ ଉପାଦାନଗୁଡିକ ଫ୍ରେମରେ ଅନ୍ତର୍ଭୂକ୍ତ କରାଯାଇଛି।

କୁଇଜ୍ ପ୍ରତିଯୋଗିତା ପାଇଁ ପଞ୍ଜୀକରଣ ଫୋନ୍ ନମ୍ବର ମାଧ୍ୟମରେ ହେବ ଏବଂ ସମାନ ନମ୍ବରରୁ ଏକରୁ ଅଧିକ ପଞ୍ଜୀକରଣ କରାଯାଇପାରିବ। ସମ୍ବିଧାନର ମୁଖବନ୍ଧ ଏବଂ ଅନଲାଇନ୍ କୁଇଜ୍ ପଢିବା ଦ୍ୱାରା ଯୁବ ପିଢ଼ି ସମ୍ବିଧାନ ବିଷୟରେ ଅବଗତ ହେବେ। ସମ୍ବିଧାନର ମୌଳିକ ନୀତି ପ୍ରତ୍ୟେକ ନାଗରିକ ବୁଝିପାରିବେ।

Spread the love