
ନୂଆଦିଲ୍ଲୀ : ରାଜ୍ୟସଭାର ସାଂସଦ ଭାବେ ୬ବର୍ଷର କାର୍ଯ୍ୟକାଳ ମଧ୍ୟରେ ଲତା ମଙ୍ଗେସକର କୌଣସି ଭତ୍ତା ନେଇ ନଥିଲେ। ୧୯୯୯ ନଭେମ୍ବର ୨୨ରୁ ୨୦୦୫ ନଭେମ୍ବର ୨୧ ପର୍ଯ୍ୟନ୍ତ ଲତା ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ସାଂସଦ ଭାବେ ସରକାରୀ ରାଜକୋଷରୁ ତାଙ୍କୁ ମିଳିଥିବା ସମସ୍ତ ଅର୍ଥକୁ ସେ ଫେରସ୍ତ କରିଦେଇଥିବା ସୂଚନା ଅଧିକାର (ଆରଟିଆଇ) ତଥ୍ୟରୁ ଜଣାଯାଇଛି। ସାଂସଦ କାର୍ଯ୍ୟକାଳ ମଧ୍ୟ ଗୃହରେ ଅନୁପସ୍ଥିତ ରହିବାକୁ ନେଇ ଚର୍ଚ୍ଚାକୁ ଆସିଥିଲେ। ୬ବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ ମାତ୍ର ୧୨ ଥର ଗୃହକୁ ଅାସିଥିଲେ। ଏହି ସମୟରେ ସେ ରେଳ ଦୁର୍ଘଟଣାକୁ ନେଇ ଗୋଟିଏ ମାତ୍ର ଅଣ ତାରକା ପ୍ରଶ୍ନ ପଚାରିଥିଲେ। ସେ ବିଜେପି ସମର୍ଥନରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ମଧ୍ୟ କୌଣସି ରାଜନୈତିକ ଦଳର ସଦସ୍ୟ ନଥିଲେ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍