ସାଲେପୁର, ୧୪।୦୯ : କଟକ ଜିଲ୍ଲା ସାଲେପୁର ବଡ ମଠରୁ ବହୁ ମୂଲ୍ୟବାନ ମୃତ୍ତି ଚୋରି । ଲଘୁଚାପ ଜନିତ ଲଗାଣ ବର୍ଷାର ସୁଯୋଗ ନେଇ ଲୁଟେରାମାନେ ମୃତ୍ତି ଚୋରି କରିନେଇଛନ୍ତି ।
ଚୋରି ମୂର୍ତ୍ତିର ଦାମ୍ ଲକ୍ଷାଧିକ ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଛି । ଏନେଇ ମଠର ପରିଚାଳକ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ମଠ ପରିଚାଳକ ହରେକୃଷ୍ଣ ଶାନ୍ତିଙ୍କ ଅଭିଯୋଗ ଅନୁସାରେ, ସାଲେପୁର ଥାନା ମହଣ ପଞ୍ଚାୟତର ପୁରଣ ଗାଁରେ ରହିଛି ବଡ଼ ମଠ । ଲଗାଣ ବର୍ଷାର ସୁଯୋଗ ନେଇ ଚୋରମାନେ ମଠର କବାଟ ଭାଙ୍ଗି ମୂର୍ତ୍ତି ଚୋରି କରି ନେଇଛନ୍ତି। ଚୋରି ସାମଗ୍ରୀ ମଧ୍ୟରେ ବହୁ ପୁରାତନ ମୂଲ୍ୟବାନ ୮ଟି ବଡ଼ହଳ ରାଧାକୃଷ୍ଣ ଯୁଗଳମୃତ୍ତି, ୨ଟି ଛୋଟହଳ ରାଧାକୃଷ୍ଣ ଯୁଗଳମୃତ୍ତି ଓ ଆଣ୍ଠୁଆ ଗୋପାଳ୨ଟି ମୃତ୍ତି ରହିଛି । ଏହାସହ ଲକ୍ଷାଧିକ ଟଙ୍କାର ସାମଗ୍ରୀ ମଧ୍ୟ ଚୋରି ହୋଇଛି। ଘଟଣା ସ୍ଥଳରେ ପୋଲିସ ପହଁଚି ମୃତ୍ତି ଚୋରକୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।
More Stories
୨ଟି ରାଜ୍ୟର ଅଧ୍ୟକ୍ଷ ଓ ୬ଟି ରାଜ୍ୟର ପ୍ରଭାରୀ ନିଯୁକ୍ତ କଲା ବିଜେପି
କୌଣସି ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରିବା ନାହିଁ ବିଜେଡି
ଜୁନ ୨୫କୁ କଳା ଦିବସ ପାଳନ କରିବ ବିଜେପି