
ରାଉରକେଲା : ବ୍ୟାଙ୍କ ଏଟିଏମ ର ପାସୱାର୍ଡ ସଂଗ୍ରହ କରି ୪ଟି ବ୍ୟାଙ୍କ ଏଟିଏମ ରୁ ୩୪ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ରାଉରକେଲା ପୁଲିସ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣଙ୍କ ଏଟିଏମରେ ଟଙ୍କା ଭର୍ତ୍ତି କରୁଥିବା ଘରୋଇ କମ୍ପାନୀ ର କର୍ମଚାରୀ ।
ସୂଚନା ଅନୁଯାୟୀ ରାଇଟର୍ସ ପ୍ରାଇଭେଟ ଲିମିଟେଡ଼ ନାମକ ଏକ କମ୍ପାନୀ ବିଭିନ୍ନ ବ୍ୟାଙ୍କ ଏଟିଏମରେ ଟଙ୍କା ଭର୍ତ୍ତି କରିବାର କଣ୍ଟ୍ରାକ୍ଟ ନେଇଥିଲେ । ଗିରଫ ବ୍ୟକ୍ତି ଜଣକ ଆଉଜଣେ କର୍ମଚାରୀଙ୍କ ସହ ମିଶି ଏଟିଏମରେ ଟଙ୍କା ଭର୍ତ୍ତି କରନ୍ତି। ଅଭିଯୁକ୍ତ କୌଣସି ପ୍ରକାର ଅନ୍ୟ ବ୍ୟକ୍ତିଙ୍କ ପାସୱାର୍ଡ ହାସଲ କରି ପର୍ଯ୍ୟାୟ କ୍ରମେ ଏକ ବର୍ଷ ହେଲା ସହରର ୪ଟି ଏଟିଏମରୁ ୩୪ଲକ୍ଷ ଟଙ୍କା ହଡ଼ପ କରିଛନ୍ତି । ଏ ବାବଦରେ ରାଉରକେଲା ସେକ୍ଟର – ୧୯, ସେକ୍ଟର -୭, ଛେଣ୍ଡ ଥାନା ଏବଂ ରେଳବାଇ ଅଂଚଳର ଅନ୍ୟ ଏକ ଥାନାରେ ମାମଲା ରଜ୍ଜୁ ହୋଇଛି । ଏହି ଟଙ୍କା ହଡ଼ପ ଘଟଣାରେ ଅନ୍ୟ କେଉଁମାନେ ଅଛନ୍ତି ପୁଲିସ ଅଧିକ ତଦନ୍ତ ଜାରି ରଖିଛି l
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍