
ଖଲ୍ଲିକୋଟ, ୩୦/୦୭ : ଗଞ୍ଜାମ ଜିଲା ଛତ୍ରପୁର ସହରରେ ଥିବା ଭାରତ ପେଟ୍ରୋଲ ପମ୍ପକୁ ଛତ୍ରପୁର ଏନଏସି ପ୍ରଶାସନ ପକ୍ଷରୁ ଶୁକ୍ରବାର ସିଲ କରିଦିଆଯାଇଛି ।ଚୁକ୍ତି ଶେଷ ହେବା ସହ ରେଣ୍ଟ୍ ପ୍ରଦାନ କରିନଥିବା କାରଣରୁ ଏହାକୁ ସିଲ୍ କରାଯାଇଛି ।
ସୂଚନାନୁସାରେ, ପେଟ୍ରୋଲ ପମ୍ପ୍ ସହ ଛତ୍ରପୁର ଏନଏସି କରିଥିବା ଚୁକ୍ତି ୨୦୧୫ରୁ ଶେଷ ହୋଇଛି । ଚୁକ୍ତି ଅବଧି ଶେଷ ହେବା ପରେ ବି ଦୀର୍ଘ ୩ ବର୍ଷ ହେଲା ଏନଏସିକୁ ଏହି ବାଦଦକୁ ରେଣ୍ଟ ମଧ୍ୟ ପ୍ରଦାନ କରାଯାଇ ନାହିଁ । ଏନଏସି ପ୍ରଶାସନ ପକ୍ଷରୁ ବାରମ୍ବାର ଉକ୍ତ ପେଟ୍ରୋଲ ପମ୍ପକୁ ନୋଟିସ କରାଯାଇଥିଲା କିନ୍ତୁ ଏହାର କୈାଣସି ସଫୁଳ ମିଳିନଥିଲା । ଏନେଇ ଫେବ୍ରୁଆରୀ ୧୭, ୨୦୨୧ ରେ ଏନଏସି ପକ୍ଷରୁ ପେଟ୍ରୋଲ ପମ୍ପର ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟକୁ ମଧ୍ୟ ଏହି ବାବଦକୁ ଚିଠି ଲେଖାଯାଇଥିଲା ।
ତିନି ମାସ ମଧ୍ୟରେ ଏହାର ଉତର ରଖିବାକୁ ଚିଠିରେ ଉଲେଖ କରାଯାଇଥିଲା । କିନ୍ତୁ କୈାଣସି ଉତର ମିଳିନଥିଲା । ଏନେଇ ପୁଣି ଗୁରୁବାର ଏନଏସି ପକ୍ଷରୁ ନୋଟିସ କରାଯିବା ସହ ଶୁକ୍ରବାର ପେଟ୍ରୋଲ ପମ୍ପକୁ ପୋଲିସ ଉପସ୍ଥିତିରେ ସିଲ୍ କରାଯାଇଛି ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍