
ମାଲକାନଗିରି ୩୧।୭: ବିହାରରୁ ଆସି ମାଲକାନଗିରି ଜିଲ୍ଲାରେ ଲୋକଙ୍କୁ ଠକିବା ପଡିଲା ମହଙ୍ଗା । ସୁନା ଅଳଙ୍କାର ସଫା କରିବା କଥା କହି ଲୋକଙ୍କଠାରୁ ସୁନା ଚୋରି କରୁଥିବା ଏକ ରାକେଟକୁ ଧରି ପୋଲିସର ଜିମା ଦେଲେ ଏମ୍ଭି ୭୯ ଗ୍ରାମବାସୀ ।
ସୂଚନାଯୋଗ୍ୟ ଯେ, ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ ଅନ୍ତର୍ଗତ ଏମ୍ଭି ୭୯ ଆଖପାଖ ଅଞ୍ଚଳରେ ଗତ କିଛି ଦିନ ଧରି ବିହାରର ଅନେକ ଲୋକ ସୁନାଗହଣା ସଫା କରିବା କଥା କହି ଗାଁ ଗାଁ ବୁଲୁଥିଲେ । ସଫା କରିବା ବାହାନାରେ ଲୋକଙ୍କ ସୁନା ଚୋରି କରିବା ସହ ଗହଣାରେ ପିତ୍ତଳ ମିଶାଇ ଦେଉଥିବା ଅଭିଯୋଗ ହୋଇଛି । ଏଭଳି ଭାବେ ଅନେକ ଲୋକ ଠକାମୀର ଶିକାର ହେବା ପରେ ସୁନା ଚୋରି କରୁଥିବା ଏହି ଗ୍ୟାଙ୍ଗ୍କୁ ଧରି ଏମ୍ଭି ୭୯ ଥାନା ପୋଲିସକୁ ହସ୍ତାନ୍ତର କରିଛନ୍ତି ଗ୍ରାମବାସୀ । ଏହି ଗ୍ୟାଙ୍ଗ୍ରେ ମୋଟ୍ ୧୭ ଜଣ ସଦସ୍ୟ ରହିଥିବା ଜଣାପଡ଼ିଛି । ଗତ କିଛି ଦିନ ଧରି ଏହି ଗ୍ୟାଙ୍ଗ୍ ଏମ୍ଭି ୭୯ ଆଖପାଖ ଅଞ୍ଚଳରେ ସୁନା ଡିଜାଇନ୍ କରିବା ଉଦ୍ଦେଶ୍ୟରେ ଲୋକଙ୍କୁ ଠକୁଥିଲେ । ପୋଲିସ ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍