
ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ଅଦାଲତ ସୁପ୍ରିମ୍ କୋର୍ଟ ପ୍ରତିଷ୍ଠା ହେବା ପରଠାରୁ ସର୍ବପ୍ରଥମ ଥର ପାଇଁ ଶୁକ୍ରବାର ଦିନ ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତିଙ୍କ କୋର୍ଟ ରୁମ୍ରୁ ଅଦାଲତ ପ୍ରକ୍ରିୟାର ଲାଇଭ୍ ଷ୍ଟ୍ରିମିଂ ଆରମ୍ଭ ହୋଇଛି।
ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ ଭି ରମଣାଙ୍କ ନେତୃତ୍ୱରେ ଏକ ତିନି ଜଣିଆ ଖଣ୍ଡପୀଠର ଅଦାଲତୀ କାର୍ଯ୍ୟକୁ ଏକ ୱେବକାଷ୍ଟ ପୋର୍ଟାଲ ମାଧ୍ୟମରେ ଲାଇଭ୍ ଷ୍ଟ୍ରିମିଂ କରାଯାଇଛି।
ବର୍ତ୍ତମାନର ପ୍ରଧାନ ବିଚାରପତି ଥିବା ଜଷ୍ଟିସ୍ ରମଣାଙ୍କର ଶୁକ୍ରବାର ହେଉଛି ଅବସର ଗ୍ରହଣ ପୂର୍ବରୁ ଶେଷ କାର୍ଯ୍ୟ ଦିବସ। ଏକ ବିଜ୍ଞପ୍ତିରେ କୁହାଯାଇଛି, ’ଦୟାକରି ଧ୍ୟାନ ଦିଅନ୍ତୁ ଯେ ଭାରତର ମାନ୍ୟବର ପ୍ରଧାନ ବିଚାରପତି ତାଙ୍କ କାର୍ଯ୍ୟାଳୟ ଛାଡ଼ିବା ପୂର୍ବରୁ ପ୍ରଧାନ ବିଚାରପତିଙ୍କ କୋର୍ଟରୁମ୍ରୁ ଏକ ଖଣ୍ଡପୀଠର ଅଦାଲତୀ କାର୍ଯ୍ୟକୁ ସକାଳ ୧୦.୩୦ ସମୟରେ ଏନଆଇସି ୱେବକାଷ୍ଟ ପୋର୍ଟାଲ ମାଧ୍ୟମରେ ଲାଇଭ୍ ଷ୍ଟ୍ରିମିଂ କରାଯାଇଛି।
ଉଲ୍ଲେଖଯୋଗ୍ୟ, ୨୦୧୮ରେ ଶୀର୍ଷ ଅଦାଲତ ସୁପ୍ରିମ୍କୋର୍ଟ ସାମ୍ବିଧାନିକ ଏବଂ ଜାତୀୟ ଗୁରୁତ୍ୱପୂର୍ଣ୍ଣ ମାମଲାର ଅଦାଲତ ପ୍ରକ୍ରିୟାର ଲାଇଭ୍ ଷ୍ଟ୍ରିମିଂକୁ ଅନୁମତି ଦେଇ କହିଥିଲେ ଯେ ଏହି ଖୋଲାପଣ ’ସୂର୍ଯ୍ୟକିରଣ’ ପରି ଯାହା ’ସର୍ବୋତ୍ତମ ଜୀବାଣୁନାଶକ’। ଏହା ଏକ ପାଇଲଟ୍ ପ୍ରକଳ୍ପ ଭାବରେ ରହିଥିଲା। କେବଳ ଏକ ନିର୍ଦ୍ଦିଷ୍ଟ ବର୍ଗର ମାମଲା ଯାହା ସାମ୍ବିଧାନିକ କିମ୍ବା ଜାତୀୟ ଗୁରୁତ୍ୱପୂର୍ଣ୍ଣ ଏବଂ ଏକ ସମ୍ବିଧାନ ବେଞ୍ଚ ସମ୍ମୁଖରେ ଯୁକ୍ତି କରାଯାଉଛି, ତାହାର ଲାଇଭ୍ ଷ୍ଟ୍ରିମିଂ କରାଯିବା ଉଚିତ୍।
ଆଟର୍ଣ୍ଣି ଜେନେରାଲ କେ କେ ବେଣୁଗୋପାଳ ପୂର୍ବରୁ ପରାମର୍ଶ ଦେଇଥିଲେ ଯେ ମୁଖ୍ୟ ବିଚାରପତିଙ୍କ ଅଦାଲତରେ ଗୁରୁତ୍ୱପୂର୍ଣ୍ଣ ମାମଲାର ଲାଇଭ୍ ଷ୍ଟ୍ରିମିଂ ପାଇଲଟ୍ ଆଧାରରେ ଆରମ୍ଭ କରାଯାଇ ପାରିବ। ଆଟର୍ଣ୍ଣି ଜେନେରାଲ କହିଥିଲେ ଯେ ପାଇଲଟ ପ୍ରକଳ୍ପର ସଫଳତା ଉପରେ ନିର୍ଭର କରି ଏହି ପ୍ରକ୍ରିୟା ଅନ୍ୟ ଅଦାଲତ କୋଠରୀରେ ମଧ୍ୟ ଗ୍ରହଣ କରାଯାଇ ପାରିବ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍