September 16, 2024

Satya News

odia news channel

ସୋମବାର ୫ଜି ସେବା ସଂପର୍କରେ ଘୋଷଣା କରିପାରେ ରିଲାଏନ୍ସ ଜିଓ

 

ନୂଆଦିଲ୍ଲୀ : ସରକାରଙ୍କ ପକ୍ଷରୁ ୫ଜି ସ୍ପେକ୍ଟ୍ରମ ନିଲାମ ଶେଷ ହେବା ପରେ ସ୍ପେକ୍ଟ୍ରମ ଆବଣ୍ଟନ ମଧ୍ୟ ଶେଷ ହୋଇଛି । ଏହା ପରେ କେବେ ଦେଶରେ ୫ଜି ସେବା ଆରମ୍ଭ ହେବ ସେ ନେଇ ଗ୍ରାହକମାନେ ପ୍ରତୀକ୍ଷା କରୁଛନ୍ତି । ଗତ ସପ୍ତାହରେ କେନ୍ଦ୍ର ଟେଲିକମ କମ୍ପାନି ଅଶ୍ବିନୀ ବୈଷ୍ଣବ କହିଥିଲେ ଯେ ଅକ୍ଟୋବର ୧୨ ପୂର୍ବରୁ ଦେଶରେ ୫ଜି ସେବା ଆରମ୍ଭ ହେବ । କିନ୍ତୁ ଟେଲିକମ ଅପରେଟରମାନେ ସେବା ଆରମ୍ଭ ସଂପର୍କରେ ଏପର୍ଯ୍ୟନ୍ତ କୌଣସି ଘୋଷଣା କରିନାହାନ୍ତି ।

ତେବେ ରିଲାଏନ୍ସ ଜିଓ ସୋମବାରଦିନ ଅର୍ଥାତ ଅଗଷ୍ଟ ୨୯ରେ ୫ଜି ସେବା କେବେ ଆରମ୍ଭ ହେବ ସେ ସମ୍ପର୍କରେ ଘୋଷଣା କରିବାର ସମ୍ଭାବନା ରହିଛି । ଏହି ଦିନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ବାର୍ଷିକ ସାଧାରଣ ବୈଠକ (ଏଜିଏମ) ଥିବାରୁ ସେଠାରେ ମୁକେଶ ଅମ୍ବାନି ୫ଜି ସେବା ଆରମ୍ଭର ତାରିଖ ଘୋଷଣା କରିପାରନ୍ତି । ଏହା ସହିତ କମ୍ପାନି ୫ଜି ଟାରିଫ ସଂପର୍କରେ ବି ଘୋଷଣା କରିପାରେ । କେବଳ ଏତିକି ନୁହେଁ, ରିଲାଏନ୍ସ ନିଜର ୫ଜି ଫୋନ ମଧ୍ୟ ଲଞ୍ଚ୍ କରିବାର ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ୧ରେ ୫ଜି ସ୍ପେକ୍ଟ୍ରମ ନିଲାମ ଶେଷ ହୋଇଥିଲା । ଏହି ନିଲାମରୁ ସରକାର ମୋଟ ୧ଲକ୍ଷ ୫୦ ହଜାର ୧୭୩ କୋଟି ଟଙ୍କା ପାଇବେ । ୫-ଜି ସ୍ପେକ୍ଟ୍ରମ ନିଲାମରେ ଜିଓ, ଏୟାରଟେଲ ବ୍ୟତୀତ  ଭୋଡାଫୋନ ଆଇଡିଆ ଓ ଅଦାନି ଗ୍ରୁପ ମଧ୍ୟ ଅଂଶଗ୍ରହଣ କରିଥିଲା ।

Spread the love