September 20, 2024

Satya News

odia news channel

ସ୍ଵର୍ଗଦ୍ଵାରରେ ହେଲା ଅଭିନେତା ଗୁଡୁଙ୍କ ମାଆ ଗୀତାଞ୍ଜଳିଙ୍କ ଅନ୍ତିମ ସଂସ୍କାର; ଗ୍ରାମବାସୀଙ୍କୁ ପୁଅ ବାହାଘର ଭୋଜି ଦେବା ରହିଗଲା ଅବଶୋଷ

 

ପାଟଣା : ଜଣାଶୁଣା ହାସ୍ୟ ଅଭିନେତା ଗୁଡୁ ଓରଫ ସାଓ୍ବନ ସୁମନ ନାୟକଙ୍କ ମାଆ ତଥା ପାଟଣା ବ୍ଲକ ଗୋଡିପୋଖରୀ ଗ୍ରାମର ବାସିନ୍ଦା ଏଜି କର୍ମଚାରୀ ବିଜୟ କୁମାର ନାୟକଙ୍କ ପତ୍ନୀ ଗୀତାଞ୍ଜଳି ସିଂହ(୫୪)ଙ୍କର ଗତ ସନ୍ଧ୍ୟାରେ ଭୁବନେଶ୍ଵର-କେନ୍ଦୁଝରଗଡ ଯାତ୍ରୀବାହୀ ରେଳରୁ ଖସି ଯଖପୁରା ଷ୍ଟେସନରେ ଅକାଳ ମୃତ୍ୟୁ ଘଟିଥିଲା । ଆଜି ଦାନଗଦିରେ ଶବ ବ୍ୟବଚ୍ଛେଦ ପରେ ମରଶରୀର ସ୍ଵର୍ଗଦ୍ଵାର ନିଆଯାଇ ଅନ୍ତିମ ସଂସ୍କାର କରାଯାଇଛି । ଗ୍ରାମରେ ପୁଅ ଗୁଡୁଙ୍କ ବିବାହ ଭୋଜି ଅକ୍ଟୋବର ୩ରେ ଦେବା ପୂର୍ବରୁ ଗୀତାଞ୍ଜଳିଙ୍କ ପୁଅ ବାହା ଭୋଜି ଦେବା ଅବଶୋଷ ରହିଯିବା ଚର୍ଚ୍ଚାର ପ୍ରସଙ୍ଗ ହେଇଛି ।

Spread the love