ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ଅଡିଟ ଦିବସ ଅବସରରେ କହିଛନ୍ତି ଯେ ରୁଗଣ ହୋଇ ପଡିଥିବା ସଂସ୍ଥାଗୁଡିକୁ
ଆର୍ଥିକ ସହାୟତା ଫଳରେ ଦେଶର ଅର୍ଥନୀତିରେ ପରିବର୍ତ୍ତନ ଆସିଛି। ଶ୍ରୀ ମୋଦୀ କହିଛନ୍ତି, ନିୟନ୍ତ୍ରକ ଏବଂ ମହାଲେଖାକାର ଦେଶର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହ ସେହି ଅନୁଷ୍ଠାନର କାର୍ଯ୍ୟଦକ୍ଷତାରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ଆଦାୟ ହୋଇପାରିନଥିବା ଋଣ ପରିମାଣ ବୃଦ୍ଧି ପାଇବା ସମ୍ପର୍କରେ ଶ୍ରୀ ମୋଦୀ କହିଛନ୍ତି ଯେ ସ୍ୱଚ୍ଛତାର ଅଭାବ ଯୋଗୁଁ ପୂର୍ବରୁ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଅନେକ ଅନିୟମିତତା ହୋଇଛି।

ସେ କହିଛନ୍ତି ଯେ ବହୁତ କମ୍ ସଂଖ୍ୟକ ଅନୁଷ୍ଠାନ ସମୟ ସହ ତାଳ ଦେଇ ଗତି କରିବା ସହ ନିଜକୁ ଯୁଗୋପଯୋଗୀ ପ୍ରମାଣିତ କରିପାରିଛନ୍ତି। ସେ କହିଛନ୍ତି, ଏଭଳି ସମୟରେ ଅନେକ ଅନୁଷ୍ଠାନ ପ୍ରାସଙ୍ଗିକତା ହରାଇଥିବା ବେଳେ ନିୟନ୍ତ୍ରକ ଏବଂ ମହାଲେଖାକାର ସଫଳତା ହାସଲ କରିଛନ୍ତି। ନିୟନ୍ତ୍ରକ ଏବଂ ମହାଲେଖାକାର ଗିରିଶ ଚନ୍ଦ୍ର ମୁର୍ମୁ କହିଛନ୍ତି ଆଜି ଦିନଟିକୁ ପ୍ରଥମ ଅଡିଟ୍ ଦିବସ ଭାବେ ପାଳନ କରାଯାଉଛି। ସେ କହିଛନ୍ତି, ୧୮୬୦ ମସିହା ନଭେମ୍ବର ୧୬ ତାରିଖରେ ପ୍ରଥମ ଅଡିଟର ଜେନେରାଲ୍ ଦାୟିତ୍ୱ ଗ୍ରହଣ କରିଥିଲେ। ପୂର୍ବରୁ ପ୍ରଧାନମନ୍ତ୍ରୀ ନିୟନ୍ତ୍ରକ ଏବଂ ମହାଲେଖାକାର କାର୍ଯ୍ୟାଳୟଠାରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍