September 16, 2024

Satya News

odia news channel

ସ୍ୱଳ୍ପ ଦୂରଗାମୀ ବାଲିଷ୍ଟକ କ୍ଷେପଣାସ୍ତ୍ର ‘ପ୍ରଳୟ’ର ପରୀକ୍ଷଣ

 

ଭୁବନେଶ୍ୱର: ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ର ‘ପ୍ରଳୟ’ର ସଫଳ ପରୀକ୍ଷା ବୁଧବାର ଦିନ ଓଡ଼ିଶା ଉପକୂଳରେ କରାଯାଇଛି। ଡଃ ଏ ପି ଜେ ଅବଦୁଲ କଲାମ ଦ୍ୱୀପରୁ ଏହି କ୍ଷେପଣାସ୍ତ୍ରର ପରୀକ୍ଷା କରାଯାଇଥିଲା। ଏହାର ଲକ୍ଷ୍ୟଭେଦ କ୍ଷମତା ୧୫୦ରୁ ୫୦୦ କିଲୋମିଟର ପର୍ଯ୍ୟନ୍ତ ରହିଥିବାବେଳେ ଏହା ୧ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ଓଜନର ଯୁଦ୍ଧାସ୍ତ୍ର ବହନ କରିପାରିବ। ଏହା ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରିପାରିବ ବୋଲି ଡିଆରଡିଓ ସୂତ୍ରରୁ କୁହାଯାଇଛି।

Spread the love