October 18, 2024

Satya News

odia news channel

ହଜି ଯାଉଛି ଶିକ୍ଷା, ଗଢି ଉଠୁଛି କୋଠା: ଧାମରାଇ ହାଇସ୍କୁଲରେ କେବେ ଫେରିବ ସୁଦିନ

 

ଧାମରା: ରାଜ୍ୟ ମୁଖିଆଙ୍କ ମତରେ ପ୍ରତି ପିଲା ଭିତରେ ଭରି ରହିଛି ବିପୁଳ ସମ୍ଭାବନା, ସେ ପ୍ରତିଭା, ସେ ସମ୍ଭାବନା ପୂର୍ଣ୍ଣ ପ୍ରାଣରେ ବିକଶିତ ହେଉ। ତେବେ ମୁଖ୍ୟମନ୍ତ୍ରୀଙ୍କ ଉକ୍ତିକୁ ଦେଖିବାକୁ ଯାଇ ସମ୍ଭାବନା ଏବଂ ପ୍ରତିଭା ବିକଶିତ ହେବା ପାଇଁ ଶିକ୍ଷାଦାନର ବିକାଶ ଜରୁରୀ। ମାତ୍ର ଶିକ୍ଷା ଦାନର ବିକାଶ ବଦଳରେ ଦିନକୁ ଦିନ ହଜି ଯାଉଛି ଶିକ୍ଷାଦାନ ଏବଂ ଏହାର ପ୍ରତିବଦଳରେ ଗଢି ଉଠୁଛି ନୂତନ କୋଠା। ଏହାର ଏକ ନିଚ୍ଛକ ଉଦାହରଣ ଦେଖିବାକୁ ମିଳୁଛି ଧାମରା ଅଂଚଳରେ ଥିବା ଧାମରାଇ ହାଇସ୍କୁଲ। ଗୋଟିଏ କ୍ୟାମ୍ପସ ମଧ୍ୟରେ ପ୍ରଥମରୁ ଆରମ୍ଭ ହୋଇ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ବ୍ୟବସ୍ଥା ଉପଲବ୍ଧ ହୋଇଥିବା ବେଳେ ଶିକ୍ଷାର ମାନ ଦିନକୁ ଦିନ କମି ଯାଉଥିବା ନଜରକୁ ଆସିଛି। ୫ଟି ରୂପାନ୍ତରିତ ଏହି ବିଦ୍ୟାଳୟଟି ୬୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନବ କଳେବର ବୃଦ୍ଧି ଘଟି ସାରିଛି। ଏହି ନବକଳେବର ବୃଦ୍ଧି ହୋଇ ସାରିଥିବା ବେଳେ ଛାତ୍ରଛାତ୍ରୀମାନଙ୍କ ପାଇଁ ରୋଷେଇ ଘର ଏବଂ ଖାଇବା ଘରର ଅଭାବ ପରିଲକ୍ଷିତ ହୋଇଥିବା ଜଣାଯାଇଛି। ମାତ୍ର ଶିକ୍ଷାଦାନ ଦେଉଥିବା ଶିକ୍ଷକଙ୍କ ଅଭାବକୁ ଆଜି ପର୍ଯ୍ୟନ୍ତ ପ୍ରଶାସନ ପୂର୍ଣ କରିବାକୁ ଅସମର୍ଥ ହୋଇ ପଡିଛି। ଏହି ବିଦ୍ୟାଳୟରେ ପ୍ରଥମରୁ ୫ମ ପର୍ଯ୍ୟନ୍ତ ୮୮ଜଣ ଛାତ୍ରଛାତ୍ରୀ ଥିବା ବେଳେ ୬ଷ୍ଠ ଏବଂ ୭ମ ଶ୍ରେଣୀରେ ୨୫୨ ଜଣ ଶିକ୍ଷାର୍ଥୀ ଅଧ୍ୟୟନରତ । ଏମାନଙ୍କ ପାଇଁ ରାଜ୍ୟ ଶିକ୍ଷାନୀତି ଅନୁଯାୟୀ ୧୦ଜଣ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ଆବଶ୍ୟକ ପଡୁଥିବା ବେଳେ ଦୀର୍ଘ ଦିନ ହେବ ୮ଜଣ ଶିକ୍ଷକ ଏମାନଙ୍କୁ ଶିକ୍ଷାଦାନ କରି ଆସୁଛନ୍ତି। ଏହି ଶିକ୍ଷକ ନିଯୁକ୍ତି ନେଇ ଅଂଚଳବାସୀ ବହୁ ଦିନ ହେବ ଚାନ୍ଦବାଲି ବ୍ଲକ ଶିକ୍ଷାଧିକାରୀଙ୍କ ନିକଟରୁ ଆରମ୍ଭ କରି ଜିଲ୍ଲା ଶିକ୍ଷାଧିକାରୀଙ୍କ ପର୍ଯ୍ୟନ୍ତ ଅନୁନୟ ବିନୟ ହେବା ପରେ ମଧ୍ୟ ଫଳ ଶୂନ। ଉକ୍ତ ବିଦ୍ୟାଳୟରେ ୮ମ,୯ମ ଏବଂ ୧୦ମ ଶ୍ରେଣୀରେ ୩ଶହ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଶିକ୍ଷାଦାନରେ ଚରମ ଅବହେଳା ନଜରକୁ ଆସିଛି। ବିଦ୍ୟାଳୟର ନୂତନ ଭାବେ ନିର୍ମାଣ ହୋଇଥିବା କୋଠା ଗୃହ ଗୁଡିକ ଅଂଚଳବାସୀଙ୍କ ମନ ମୋହୁଥିବା ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଢିଲା।

Spread the love