March 11, 2026

ହତ୍ୟାକାଣ୍ଡ ଦ୍ୱାରା ବିକ୍ଷୋଭକାରୀଙ୍କୁ ନୀରବ କରାଯାଇ ପାରିବ ନାହିଁ: ବରୁଣ ଗାନ୍ଧୀ

 

ବିଜେପି ସାଂସଦ ବରୁଣ ଗାନ୍ଧୀ ଲକ୍ଷ୍ମୀପୁର ଖେରୀ ଘଟଣାର ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, ହତ୍ୟାକାଣ୍ଡ ମାଧ୍ୟମରେ ବିକ୍ଷୋଭକାରୀଙ୍କୁ ନିରବ କରାଯାଇପାରିବ ନାହିଁ। ସେ କହିଛନ୍ତି, ଭିଡିଓରେ ହତ୍ୟାକାଣ୍ଡ ସ୍ପଷ୍ଟ ଭାବେ ଜଣାପଡୁଛି। ହତ୍ୟା ମାଧ୍ୟମରେ ବିରୋଧକାରୀଙ୍କୁ ନୀରବ କରାଯାଇପାରିବ ନାହିଁ ବୋଲି କହିବା ସହ ଶ୍ରୀ ଗାନ୍ଧୀ ନିରୀହ କୃଷକଙ୍କ ମୃତ୍ୟୁ ପାଇଁ ଉତ୍ତରଦାୟିତ୍ୱ ରହିବା ଆବଶ୍ୟକ ଏବଂ ସେମାନଙ୍କୁ ନ୍ୟାୟ ପ୍ରଦାନ କରାଯିବା ଆବଶ୍ୟକ।

ସେ ଏକ ୩୭ ସେକେଣ୍ଡର ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ଦ୍ରୁତ ଗତିରେ ମହିନ୍ଦ୍ରା ତର ଜିପ୍ ଲୋକଙ୍କ ଉପରେ ମାଡି ଯାଉଛି। ସେହି ଜିପକୁ ଗୋଟିଏ କଳା ଏବଂ ଅନ୍ୟଟି ଧଳା ଏସୟୁଭି ଅନୁସରଣ କରୁଥିବା ଦେଖାଯାଉଛି। ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିବା ଏହି ଭିଡିଓଟି ଅକ୍ଟୋବର ୩ରେ, ଯେଉଁଦିନ ଲକ୍ଷ୍ମୀପୁର ଖେରୀରେ ହିଂସା ଘଟିଥିଲା ​​ବୋଲି କୁହାଯାଉଛି।

ରବିବାର ହୋଇଥିବା ହିଂସାରେ ଆଠ ଜଣଙ୍କର ମୃତ୍ୟୁ ଘଟିଛି। ନିହତ ହୋଇଥିବା ୮ ଜଣଙ୍କ ମଧ୍ୟରୁ ୪ ଜଣ କୃଷକ, ଯେଉଁମାନଙ୍କ ଉପରେ ୟୁପି ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ସେହି ଅଂଚଳରେ ଏକ କାର୍ଯ୍ୟକ୍ରମକୁ ସ୍ୱାଗତ କରିବା ପାଇଁ ଯାଉଥିବା ବିଜେପି କର୍ମୀଙ୍କ ଗାଡି ମାଡିଯାଇଥଲା।

ଅନ୍ୟ ଚାରିଜଣଙ୍କ ମଧ୍ୟରେ ୨ ବିଜେପି କର୍ମୀ, କେନ୍ଦ୍ର ଗୃହମନ୍ତ୍ରୀ ଅଜୟ କୁମାର ମିଶ୍ରଙ୍କ ଡ୍ରାଇଭର ଏବଂ ଏକ ଘରୋଇ ଟେଲିଭିଜନ ଚ୍ୟାନେଲରେ କାର୍ଯ୍ୟ କରୁଥିବା ସାମ୍ବାଦିକ ଥିଲେ।

Spread the love