April 11, 2025

ହର୍ଷୋଲ୍ଲାସରେ ପାଳିତ ହେଲା ନୂଆଖାଇ

 

ଲାଞ୍ଜିଗଡ଼: ଭାଦ୍ରବ ମାସ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ସମଗ୍ର ଓଡ଼ିଶାରେ କୃଷିଭିତ୍ତିକ ଗଣପର୍ବ ନୂଆଖାଇ ପାଳିତ ହୋଇଯାଇଛି। ନୂଆଖାଇକୁ ନେଇ ଗାଁଗଣ୍ଡା, ସହର ବଜାର ସବୁଠି ଗହଗହ ମହମହ ହୋଇଉଠିଥିବାବେଳେ ଲୋକେ ନିଜ ନିଜର ଇଷ୍ଟ ଦେବାଦେବୀ, ପିତୃପିତାଙ୍କୁ ବର୍ଷକର ନୂଆ ଫସଲ ପ୍ରଥମେ ଅର୍ପଣ କରି ପ୍ରସାଦ ଗ୍ରହଣ କରିଛନ୍ତି। କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ନୂଆଖାଇ ପର୍ବ ଧୂମଧାମରେ ପାଳିତ ହୋଇଥିବାବେଳେ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଛି ନୂଆଖାଇ ଜୁହାରଭେଟ୍ କାର୍ଯ୍ୟକ୍ରମ। ନୂଆଖାଇ ପାଇଁ ସମଗ୍ର ଲାଞ୍ଜିଗଡ ବ୍ଲକ ଅଞ୍ଚଳ ଚଳଚଞ୍ଚଳ ହୋଇଥିବା ବେଳେ କୁରେଇପତ୍ରରେ ନୂଆଖାଇ ସାରିବା ପରେ ପରସ୍ପର ଜୁହାରଭେଟ୍ ହୋଇ ମଙ୍ଗଳ କାମନା କରିଛନ୍ତି। ଏହିକ୍ରମରେ ବ୍ଲକର ଲାଞ୍ଜିଗଡ ଓ ବିଶ୍ୱନାଥପୁରକୁ ଛାଡିଦେଲେ ଅନ୍ୟାନ୍ୟ ଅଞ୍ଚଳରେ ନୂଆଖାଇକୁ ନେଇ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ତେବେ ବ୍ଲକର କଦମ୍ବଗୁଡା ଗ୍ରାମପଞ୍ଚାୟତର କାଠସମା ଗାଁରେ ନିଆରା ଢଙ୍ଗରେ ପାଳିତ ହୋଇଛି ନୂଆଖାଇ ପର୍ବ।

ଗାଁରେ ଚାରିଗୋଟି ପଡା ରହିଥିବାବେଳେ ବିଭିନ୍ନ ଜାତିର ଲୋକଙ୍କୁ ନେଇ ପ୍ରାୟ ଦୁଇଶହ ପରିବାର ଏକାଠି ବସି ନୂଆ ଖାଇବା ନୂଆଖାଇର ସାର୍ଥକତା ପ୍ରତିପାଦିତ କରିଛି। ଗାଁଟା ଯାକର ଲୋକେ ସମବେତ ହୋଇ ନୂଆ ଖାଇବା ଏକ ରେକର୍ଡ ସ୍ରୁଷ୍ଟି କରିଛି। ସେହିପରି ପର୍ବ ଶେଷ ହେବା ପରେ ଗାଁ ଗାଁରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

Spread the love