
ସିମଲା, ୩୧/୦୭ : ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଧମକ । ତ୍ରିରଙ୍ଗା ପତାକା ଉତ୍ତୋଳନ କଲେ ପରିସ୍ଥିତି ଭୟଙ୍କର ହେବ । ଏପରି କହି ଖଲିସ୍ତାନୀ ଆତଙ୍କବାଦୀମାନେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କୁ ଧମକ ଦେଇଛନ୍ତି । ଏକ ଫୋନ ରେକର୍ଡିଂ ଦ୍ୱାରା ଧମକ ଦିଆଯାଇଛି । ଯେଉଁ ଫୋନ୍ ରେକର୍ଡିଂ ସିମଲାର କିଛି ସାମ୍ନାଦିକଙ୍କୁ ପଠାଯାଇଥିଲା ।
ଧମକ ଦେଉଥିବା ବ୍ୟକ୍ତି ନିଜକୁ ଗୁରୁପତଓ୍ୱନ୍ତ ସିଂ ପାନୁମ କହୁଛନ୍ତି । ଏହାସହ ସେ ଏସଏଫଜେର ଜେନେରାଲ କାଉନସିଲର ବୋଲି ପରିଚୟ ଦେଉଛନ୍ତି । ଧମକପୂର୍ଣ୍ଣ କଲରେ ସେ କହୁଛନ୍ତି ଯେ, ସେମାନେ ଠାକୁରଙ୍କୁ ଜାତୀୟ ପତାକା ଉତ୍ତୋଳନ କରିବାକୁ ଦେବେ ନାହିଁ । ଶିଖ୍ ମାନଙ୍କୁ ନ୍ୟାୟ ଦରକାର । ଏହାସହ ସେ ଇଂରାଜୀରେ କହୁଛନ୍ତି ଯେ, ପୂର୍ବରୁ ହିମାଚଳ ପଞ୍ଜାବର ଅଂଶ ଥିଲା । ଏବେ ସେ ପଞ୍ଜାବ ପାଇଁ ରେଫରେଣ୍ଡମ୍ ମାଗିଛନ୍ତି । ଥରେ ସେ ପଞ୍ଜାବରେ ଶକ୍ତିଶାଳୀ ହେଲେ ହିମାଚଳକୁ ପୁଣି ଥରେ ମିଶାଇଦେବେ ବୋଲି ମଧ୍ୟ କହୁଛନ୍ତି ।
ଆହୁରି ମଧ୍ୟ ଧମକ ଦେଉଥିବା ବ୍ୟକ୍ତି କୃଷକ ଓ ଖଲିସ୍ତାନୀ ସମର୍ଥକଙ୍କୁ ହିମାଚଳ ମୁଖ୍ୟମନ୍ତ୍ରୀଙ୍କୁ ପତାକା ଉତ୍ତୋଳନ କରାଇ ନଦେବାକୁ ଆହ୍ୱାନ ଦେଇଛନ୍ତି । କେବଳ ସାମ୍ବାଦିକ ନୁହେଁ, ଆହୁରି ଅନେକ ବ୍ୟକ୍ତି ଏପରି କଲ୍ ପାଇଥିବା କହିଛନ୍ତି । ତେବେ ଏନେଇ ପୋଲିସ କୌଣସି ପ୍ରତିକ୍ରିୟା ଦେଇନାହିଁ । ତେବେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍