July 7, 2025

୧୦ରେ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା : ଆଇଏମଡି ଡିଜି

 

 ଜୁଲାଇରେ ଭାରତରେ ମୌସୁମୀ ସ୍ଵାଭାବିକ ରହିବ। ତେବେ ଓଡ଼ିଶାରେ ମୌସୁମୀ ସ୍ଵାଭାବିକ ରହିବା ସହ ଆସନ୍ତା ସପ୍ତାହରେ ତାତିରୁ ମୁକ୍ତି ମିଳିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବିଶେଷ କରି ଉତ୍ତର ଓଡ଼ିଶାରେ ସ୍ଵାଭାବିକ କିମ୍ବା ଏଥିରୁ କମ୍ ବର୍ଷା ହେବା ସହ ଦକ୍ଷିଣ ଓଡ଼ିଶାରେ ବର୍ଷା ସ୍ବାଭାବିକ ରହିବ।  ଓଡ଼ିଶାରେ ‘ୟାସ୍’ ବାତ୍ୟା ପରେ କୌଣସି ଲଘୁଚାପ ସୃଷ୍ଟି ହୋଇନାହିଁ ।

ତେବେ ଆସନ୍ତା ୧୦ରୁ ୧୨ତାରିଖ ଭିତରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହା ଫଳରେ ଯେଉଁ ୧୪ଟି ଜିଲ୍ଲାରେ କମ୍‌ ବର୍ଷ ହୋଇଛି ହୁଏତ ଏହି ଜିଲ୍ଲା ଗୁଡ଼ିକରେ ତାର ଭରଣା ହୋଇପାରେ ବୋଲି ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

Spread the love