
ଭୁବନେଶ୍ୱର: ୨୧ରୁ ରାଜ୍ୟରେ ବ୍ୟାପକ ଟିକାକରଣ ପାଇଁ ପ୍ରସ୍ତୁତ ଅଛନ୍ତି ସରକାର। କେମିତି ସୁରୁଖୁରୁରେ ଲୋକଙ୍କୁ ଟିକା ଦିଆଯାଇ ପାରିବ ସେଥିପାଇଁ ଯଥେଷ୍ଟ ମାନବ ସମ୍ବଳ ଅଛନ୍ତି। ଭିତ୍ତିଭୂମି ମଧ୍ୟ ପ୍ରସ୍ତୁତ ଅଛି। ଏହା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ତେବେ କେଉଁ ଭ୍ୟାକ୍ସିନ୍ କେତେ କାମ ଦେଉଛି, ତାହା ଏବେ କୁହାଯାଇପାରିବ ନାହିଁ ବୋଲି କୁହାଯାଇଛି । କେତେ ଲୋକେ ଭ୍ୟାକ୍ସିନ୍ ନେବା ପରେ ବି ସଂକ୍ରମିତ ହେଉଛନ୍ତି, ତାଙ୍କ ଭିତରୁ କେତେ ସୁସ୍ଥ ହେଉଛନ୍ତି, କେତେ ଗୁରୁତର ହେଉଛନ୍ତି, କେତେ ଜଣଙ୍କର ମୃତ୍ୟୁ ହେଉଛି-ସେସବୁକୁ ଅନୁଧ୍ୟାନ କରାଯିବ। ଏହା ଏକ ସମୟ ସାପେକ୍ଷ ପ୍ରକ୍ରିୟା ବୋଲି ସେ ସୂଚନା ଦେଇଛନ୍ତି। ମୋଟାମୋଟି ଭାବେ ଭାକ୍ସିନ୍ ଆମକୁ ୭୧ରୁ ୯୧ ପ୍ରତିଶତ ସୁରକ୍ଷା ଦେଉଛି। ଆଣ୍ଟି ବଡି ସତ୍ତ୍ୱେ ପାଟି ଓ ନାକ ବାଟେ ଭାଇରସ୍ ଶରୀର ଭିତରକୁ ଯିବାର ଆଶଙ୍କା ଥିବା ସତର୍କ କରାଇ ଦେଇଛନ୍ତି ବିଜୟ ମହାପାତ୍ର। ରାଜ୍ୟ ସରକାର ଇକ୍ମୋ ମେସିନ ଆଣିବାକୁ ପ୍ରକ୍ରିୟା ଚଳାଇଥିବା ସେ ସୂଚନା ଦେଇଛନ୍ତି।
ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୩୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଟକ, ଝାରସୁଗୁଡ଼ା, ପୁରୀ, ସୁନ୍ଦରଗଡ଼ରୁ ୪ ଜଣ ଲେଖାଏ, ଗଞ୍ଜାମ, ଜଗତସିଂହପୁର, କଳାହାଣ୍ଡିରୁ ୩ ଜଣ ଲେଖାଏ, ବୌଦ୍ଧ ଓ ସମ୍ବଲପୁର ଜିଲ୍ଲାରୁ ୨ ଜଣ ଲେଖାଏ, ବରଗଡ଼, ଢେଙ୍କାନାଳ, ନବରଙ୍ଗପୁର, ନୂଆପଡ଼ାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩,୪୭୧କୁ ବୃଦ୍ଧି ପାଇଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍