September 19, 2024

Satya News

odia news channel

୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର

 

ଖୋର୍ଦ୍ଧା ୨୭।୧୦: ଚିଲିକା ମଝିରେ ତିନି ଦିନ ହେବ ଫସି ରହିଛି ମତ୍ସ୍ୟଜୀବୀଙ୍କ ଡଙ୍ଗା । ମାଛ ମାରିବାକୁ ଯାଇ ଫାସି ରହିଛି ଡଙ୍ଗା । ଡଙ୍ଗାରେ ଦୁଇ ଜଣ ମତ୍ସ୍ୟଜୀବୀ ଆଉ ଜଣେ ଛୋଟ ପିଲା ଥିବା ସୂଚନା ମିଳିଛି । ଛୋଟ ଛୁଆର ବୟସ ୧୦ ବର୍ଷ ହେବ ବୋଲି ଜଣାପଡିଛି । ଫସିଥିବା ମତ୍ସ୍ୟଜୀବୀ ଗଞ୍ଜାମ ଜିଲ୍ଲା ପଥରା ଗାଁର ବୋଲି ଜଣାପଡିଛି । ଘଟଣାସ୍ଥଳରେ ମାଲୁଦ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । କଟିକି ଦଳ ଯୋଗୁଁ ଡଙ୍ଗାଟି ଚିଲିକାରେ ଫସି ରହିଥିବା ଜଣାପଡିଛି ।

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ଗଡ ଘିମୁନ୍ଦା ଜେଟିର ଚିଲିକା ନିକଟରୁ କିଛି ଦୂର ଫସି ରହିଥିଲା । ତିନି ଜଣଙ୍କୁ ଉଦ୍ଧାର କରିବା ପାଇଁ ମାଲୁଦ ଅଗ୍ନିଶମ କେନ୍ଦ୍ରର ଦୁଇ ଅଗ୍ନିଶମ କର୍ମଚାରୀ ଚିଲିକା ଭିତରେ ପଶିଥିଲେ । ଦଉଡି ସାହାଯ୍ୟରେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି

Spread the love