August 23, 2025

୩ ବର୍ଷ ମଧ୍ୟରେ ସରକାର ରାଜଧାନୀ ଦିଲ୍ଲୀକୁ ବାୟୁ, ଜଳ ଏବଂ ଶବ୍ଦ ପ୍ରଦୂଷଣରୁ ମୁକ୍ତ କରିବେ: କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡକରୀ

 

ନୂଆଦିଲ୍ଲୀ: ଆସନ୍ତା ତିନି ବର୍ଷ ମଧ୍ୟରେ ସରକାର ଜାତୀୟ ରାଜଧାନୀ ଦିଲ୍ଲୀକୁ ବାୟୁ, ଜଳ ଏବଂ ଶବ୍ଦ ପ୍ରଦୂଷଣରୁ ମୁକ୍ତ କରିବେ ବୋଲି କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡକରୀ ଗୁରୁବାର ଦିନ କହିଛନ୍ତି। ଏକ ଜାତୀୟ ସ୍ତରର ଶିଳ୍ପ ସଂସ୍ଥା ପକ୍ଷରୁ ଆୟୋଜିତ ‘ପ୍ରଦୂଷଣ ଦେଶ ପାଇଁ ସବୁଠାରୁ ବଡ ଚିନ୍ତା’ ଶୀର୍ଷକ ଏକ ବାର୍ଷିକ କର୍ମଶାଳାକୁ ସମ୍ବୋଧିତ କରି ସଡକ ପରିବହନ ମନ୍ତ୍ରୀ ଶ୍ରୀ ଗଡକରୀ କହିଛନ୍ତି ଯେ ସଡକ ଭିତ୍ତିଭୂମି ବିକାଶ ପାଇଁ ତାଙ୍କ ମନ୍ତ୍ରାଳୟ ୬୦,୦୦୦ କୋଟି ଟଙ୍କା ଖର୍ଚ୍ଚ କରିଛି- ଏହା ଏକ ପ୍ରୟାସ ଯାହା ଦିଲ୍ଲୀର ବାୟୁ ପ୍ରଦୂଷଣକୁ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଛି।

ସେ କହିଛନ୍ତି ଯେ ଆସନ୍ତା ୧୫ ଦିନ ମଧ୍ୟରେ ଆମେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଦିଲ୍ଲୀ ବିକାଶ ପ୍ରାଧିକରଣ (ଡିଡିଏ)ଙ୍କ ସହ ଆଲୋଚନା କରିବୁ। ମନ୍ତ୍ରୀ ଶ୍ରୀ ଗଡକରୀ ଏହା ମଧ୍ୟ କହିଛନ୍ତି ଯେ ସଡକ ମନ୍ତ୍ରାଳୟ ମଧ୍ୟ ୧ ଲକ୍ଷ କୋଟି ଟଙ୍କାର ଲଜିଷ୍ଟିକ୍‌ ପାର୍କ ନିର୍ମାଣ କରୁଛି। ଦିଲ୍ଲୀରେ ସାଧାରଣ ପରିବହନ ଉଦ୍ଦେଶ୍ୟରେ କେବଳ ବୈଦ୍ୟୁତିକ ବସ୍‌ ଚଳାଇବା ପାଇଁ ସେ କେଜ୍ରିୱାଲଙ୍କୁ ନିଜର ପ୍ରସ୍ତାବ ଦେଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

Spread the love