July 13, 2025

୩ ହଜାର ତଳକୁ ଖସିଲା ସଂକ୍ରମିତଙ୍କ ସଂଖ୍ୟା , ୨୪ ଘଣ୍ଟାରେ ଆଖି ବୁଜିଲେ ୩୮

 

ଭୁବନେଶ୍ୱର: ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଚିନ୍ତା ବଢାଇଛି। ସଂକ୍ରମିତଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଉଥିଲେ ହେଁ ମୃତ୍ୟୁ ସଂଖ୍ୟ କମୁନି। ଗତକାଲି  ୪୩ ଜଣ କରୋନା ଆକ୍ରାନ୍ତ ଆଖି ବୁଜିଥିବାବେଳେ ଆଜି ୩୮ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୩୬୭୧ କୁ ବୃଦ୍ଧି ପାଇଛି।

ଅନ୍ୟପକ୍ଷେ ସଂକ୍ରମିତଙ୍କ ସଂଖ୍ୟା  କ୍ରମାଗତ ହ୍ରାସ ପାଇବାରେ ଲାଗିଛି। ୩ ହଜାର ତଳକୁ ଖସିଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା।  ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ  ୨୯୫୭ ଜଣ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କ ମଧ୍ୟରୁ  ୧୬୯୮ ଜଣ କରୋନା କ୍ୱାରେଣ୍ଟିନରେ ଥିବାବେଳେ ୧୨୫୯ ଲୋକାଲ କଣ୍ଟାକ୍ଟ ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂତ୍ରରୁ ପ୍ରକାଶ। ରାଜ୍ୟରେ ଆଜି ପଜିଟିଭିଟି ହାର ରହିଛି ୪.୭୯।

 

ଆଜି ବି ସଂକ୍ରମଣ ତାଲିକାରେ ଖୋର୍ଦ୍ଧା ଉପରେ ରହିଛି। ଏହି ଜିଲ୍ଲାରୁ ୪୦୮ ଜଣ ରୋଗୀ ବାହାରିଥିବାବେଳେ ଏହା ପଛରେ ରହିଛି କଟକ। ଏଠାରୁ ବାହାରିଛନ୍ତି ୨୭୨ ଜଣ। ସେହିପରି ଅନୁଗୁଳରୁ ୧୧୦, ବାଲେଶ୍ୱରରୁ ୨୪୭, ବରଗଡରୁ ୪୧, ଭଦ୍ରକରୁ ୧୯୨, ବଲାଙ୍ଗିରରୁ ୩୭, ବୌଦ୍ଧ ୪୭, ଦେବଗଡରୁ୧୦, ଢେଙ୍କାନାଳରୁ ୪୨, ଗଜପତିରୁ ୨୪, ଗଞ୍ଜାମରୁ ୧୮, ଜଗତ୍‌ସିଂହପୁରରୁ ୧୦୩, ଯାଜପୁରରୁ ୨୬୦, ଝାରସୁଗୁଡାରୁ ୩, କଳାହାଣ୍ଡିରୁ ୩୮, କନ୍ଧମାଳରୁ ୫୧, କେନ୍ଦ୍ରାପଡାରୁ ୧୧୬, କେନ୍ଦୁଝରରୁ ୫୭, କୋରାପୁଟରୁ ୬୦, ମାଲକାନଗିରିରୁ ୫୬ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।
ସେହିପରି ମୟୂରଭଞ୍ଜରୁ ୧୩୫, ନବରଙ୍ଗପୁରରୁ ୪୫, ନୟାଗଡରୁ ୧୧୨,ନୂଆପଡାରୁ ୧୦, ପୁରୀରୁ ୨୧୬, ରାୟଗଡ଼ାରୁ ୬୩, ସମ୍ବଲପୁରରୁ ୨୮, ସୋନପୁରରୁ ୨୫, ସୁନ୍ଦରଗଡରୁ ୫୯ ଏବଂ ଷ୍ଟେଟ ପୁଲ୍‌ରୁ ୭୦ ଜଣ କରୋନା ସଂକ୍ରମିତ ବାହାରିଛନ୍ତି। ୨୪ ଘଣ୍ଟା ମଧ୍ୟରେ ୪୫୮୭ ଜଣ କରୋନା ମୁକ୍ତ ହୋଇଛନ୍ତି। ଆଜିର ସଂଖ୍ୟାକୁ ମିଶାଇଲେ ରାଜ୍ୟରେ ପଜିଟିଭ ସଂଖ୍ୟା ୮,୮୩,୪୯୦ ଥିବାବେଳେ ସୁସ୍ଥ ହୋଇଛନ୍ତି ୮,୪୪,୮୦୧। ରାଜ୍ୟରେ ବର୍ତ୍ତମାନ ଆକ୍ଟିଭ କେସ ରହିଛି ୩୪,୯୬୫।
ଆଜି ଖୋର୍ଦ୍ଧାରୁ ସର୍ବାଧିକ ୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ  କଟକ, ବରଗଡ଼ରୁ ୫ ଜଣ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି। ସେହିପରି ମୟୂରଭଂଜ ଓ ପୁରୀରୁ ୪ ଜଣ ଲେଖାଏଁ, ସମ୍ବଲପୁରରୁ ୩, ଜଗତସିଂହପୁର, ଝାରସୁଗୁଡ଼ାରୁ ୨ ଜଣ ଲେଖାଏଁ, ଅନୁଗୁଳ, ଦେବଗଡ଼, ଢେଙ୍କାନାଳ, ଗଂଜାମ, କେନ୍ଦୁଝର, କୋରାପୁଟ, ସୁନ୍ଦରଗଡ଼ରୁ ଜଣେ ଲେଖାଏଁ  କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

 

 

Spread the love