
ଭାରତ ସାମଗ୍ରିକ ବିକାଶକୁ ପ୍ରାଧାନ୍ୟ ଦେବା ଲକ୍ଷ୍ୟରେ ‘୪ସି’ ଆଧାରିତ ବାଣିଜ୍ୟ, ଦକ୍ଷତା ବୃଦ୍ଧି, ସଂଯୋଗୀକରଣ ଏବଂ ଯୋଗାଯୋଗ ବୃଦ୍ଧି ଭଳି ପାଞ୍ଚଟି ରଣନୀତିକ ବିଷୟକୁ ଗ୍ରହଣ କରି ମଧ୍ୟ ଏସୀୟ ଦେଶ ସହ ପରବର୍ତ୍ତୀ ସ୍ତରକୁ ଯିବାକୁ ପ୍ରସ୍ତୁତ ଅଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି। ଆଜି ତୃତୀୟ ଭାରତ-ମଧ୍ୟ ଏସିଆ ସଂଳାପରେ ଯୋଗ ଦେଇ ସେ ଏହା କହିଛନ୍ତି।
ଡଃ ଜୟଶଙ୍କର କାଜାକିସ୍ତାନ, ଉଜବେକିସ୍ତାନ, ତୁର୍କମେନିସ୍ତାନ, କିର୍ଗିଜସ୍ଥାନ ଏବଂ ତାଜିକିସ୍ତାନର ବୈଦେଶିକ ମନ୍ତ୍ରୀମାନଙ୍କୁ ଉଦବୋଧନ ଦେଇ କହିଛନ୍ତି ଯେ ଆଫଗାନିସ୍ତାନବାସୀଙ୍କୁ ସାହାଯ୍ୟ କରିବା ପାଇଁ ଭାରତ ଏବଂ ମଧ୍ୟ ଏସିଆ ଦେଶ ସମୂହକୁ ଉପାୟ ଖୋଜିବାକୁ ପଡିବ। ସେହି ସବୁ ଦେଶଗୁଡିକରେ ମହାମାରୀ ସମୟରେ ସେଠାରେ ଥିବା ଭାରତୀୟ ଛାତ୍ରମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏବଂ କରୋନାର ଦ୍ୱିତୀୟ ତରଙ୍ଗ ସମୟରେ ଭାରତକୁ ଦିଆଯାଇଥିବା ସାହାଯ୍ୟ ପାଇଁ ଜୟଶଙ୍କର ସମ୍ପୃକ୍ତ ଦେଶଗୁଡିକୁ ଧନ୍ୟବାଦ ଦେଇଛନ୍ତି।
ସେ କହିଛନ୍ତି ଯେ ଆମର ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆମେ ସନ୍ତୁଷ୍ଟ, କିନ୍ତୁ ଆମେ ଜାଣୁ ଯେ ସମ୍ଭାବନା ବହୁତ ଅଧିକ। ଦେଶଗୁଡିକ ମଧ୍ୟରେ ସହଯୋଗର ଏକ ଭଲ ଇତିହାସ ଅଛି ଏବଂ ଏହାକୁ ପରବର୍ତ୍ତୀ ସ୍ତରକୁ ନେବାକୁ ଆମେ ପ୍ରସ୍ତୁତ ବୋଲି ଜୟଶଙ୍କର କହିଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ବାଣିଜ୍ୟ, ଦକ୍ଷତା ବୃଦ୍ଧି, ସଂଯୋଗୀକରଣ ଏବଂ ଯୋଗାଯୋଗ ଉପରେ ଆମର ସମ୍ପର୍କ ସୁଦୃଢ଼ ଏବଂ ଏହା ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ। ସେ କହିଛନ୍ତି ଯେ କୋଭିଡ ପ୍ରଭାବ ସତ୍ୱେଭାରତ ଏବଂ ମଧ୍ୟ ଏସିଆ ସମ୍ପର୍କର ଗତି ବଜାୟ ରହିଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍