July 7, 2025

୪ ହଜାର ପଡା ହେବ ଗାଁ, ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜସ୍ଵ ସଚିବ

 

ଭୁବନେଶ୍ଵର ୨୮।୦୭: ରାଜ୍ୟର ପ୍ରାୟ ୪ ହଜାର ପଡାକୁ ମିଳିବ ଗାଁର ମାନ୍ୟତା। ପ୍ରାୟ ୪  ହଜାର ନୂଆ ରାଜସ୍ଵ ଗ୍ରାମ ସୃଷ୍ଟି ପାଇଁ ପଦକ୍ଷେପ ନେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏ ସଂପର୍କରେ ବୁଧବାର ସବୁ ଜିଲ୍ଲାପାଳମାନଙ୍କୁ ରାଜସ୍ଵ ସଚିବ ଚିଠି ଲେଖିଛନ୍ତି। ପଡାରୁ ଗାଁ ହେବା ପାଇଁ ରାଜ୍ୟ ସରକାର ଗାଇଡ୍‌ଲାଇନ୍‌ ଧାର୍ଯ୍ୟ କରିଛନ୍ତି।

ଗାଇଡ୍‌ଲାଇନ୍‌ ଅନୁଯାୟୀ, ମୂଳ ରାଜସ୍ଵ ଗ୍ରାମଠୁ ଅଧ କିମି ଦୂରରେ ଥିବା ପଡା ମଧ୍ୟ ଗାଁ ହେବ।  ଅଧ କିମି ଦୂରରେ ଥିବ ଏବଂ ଅତିକମରେ ୨୫୦ ଲୋକ ବାସ କରୁଥିବ ସେହି ପଡାକୁ ଗାଁର ମାନ୍ୟତା ମିଳିବ। ଏଥିସହ ଯଦି` ରାଜସ୍ଵ ଗ୍ରାମଠୁ ପଡାର ଦୂରତା ଅଧ କିମିରୁ କମ ଥିବ କିନ୍ତୁ ୩୦୦ ଲୋକ  ବସବାସ କରୁଥିବେ ତେବେ ଉକ୍ତ ପଡାକୁ ଗାଁର ମାନ୍ୟତା ମିଳିବ। ସେହି ପରି ୨୫୦ରୁ କମ ଲୋକ ଥିଲେ ବି ପ୍ରାକୃତିକ ବ୍ୟବସ୍ଥାରେ ମୂଳ ଗାଁରୁ ଅଲଗା ଥିବ, ତେବେ ସେହି ପଡାକୁ ଗାଁର ମାନ୍ୟତା ମିଳିବ।

Spread the love