March 10, 2026

୫୭ବର୍ଷ ପରେ ଉଦଘାଟିତ ହେଲା ବହୁ ପ୍ରତୀକ୍ଷିତ ପଶ୍ଚିମାଞ୍ଚଳ ଡିଆଇଜି ଅଫିସ

 

ରାଉରକେଲା: ୫୭ବର୍ଷ ପରେ ଉଦଘାଟିତ ହେଲା ବହୁ ପ୍ରତୀକ୍ଷିତ ପଶ୍ଚିମାଞ୍ଚଳ ଡିଆଇଜି ଅଫିସ। ଭରଚୁଆଲ ମୋଡ଼ରେ ଆଜି ପୁଲିସ ମହାନିର୍ଦେଶକ ଅଭୟ ଡିଆଇଜି ଅଫିସର ଉଦଘାଟନ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ପଶ୍ଚିମାଞ୍ଚଳ ଡିଆଇଜି ଜୟ ନାରାୟଣ ପଙ୍କଜ, ରାଉରକେଲା ଏସପି ମୁକେଶ କୁମାର ଭାମୁ ସମେତ ଅତିରିକ୍ତ ଏସପିମାନେ ଯୋଗ ଦେଇଥିଲେ ବୋଲି ଜଣାପଡ଼ିଛି। ଶ୍ରୀ ପଙ୍କଜ କହିଛନ୍ତି ଯେ, ଏହି ଅଫିସ ହେବା ଦ୍ୱାରା କାମ କରିବା ବେଶ ସହଜ ହେବ।

Spread the love