
ଭଦ୍ରକ ୪।୭: ୮୦୦ ଲିଟର ଦେଶୀ ମଦ ସହ ବୋଲେରୋ ଜବତ । ଜଣେ ଗିରଫ । ଭଦ୍ରକ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ନିରୀକ୍ଷକ ଧନେଶ୍ବର ଏକ ସ୍ବତନ୍ତ୍ର ଟିମ୍ ଦ୍ଵାରା ବାସୁଦେବପୁର ଥାନା ଅନ୍ତର୍ଗତ ଟେରା ଛକ ନିକଟରେ ପାଟ୍ରୋଲିଂ କରୁଥିବା ସମୟରେ ଗୋଟିଏ ମହିନ୍ଦ୍ରା ବୋଲେରୋ ଗାଡି ଜବତ କରିଛି ।
ଏହି ଗାଡିକୁ ଯାଞ୍ଚ ବେଳେ ଗାଡି ଭିତରୁ ୮୦୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ନୀଳଗିରି ଥାନା ଅନ୍ତର୍ଗତ ଚତର ଗ୍ରାମର ରାକେଶ କୁମାର ମେଦିନରାୟକୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଦୁଇ ଜଣ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଜବତ ମଦ ଓ ଗାଡ଼ିର ଆନୁମାନିକ ମୂଲ୍ୟ ୩ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି ।
ଉକ୍ତ ଚଢାଉରେ ଏଏସଆଇ ଭବେଶ ଦାସ, ପ୍ରହଲ୍ଲାଦ ସାମଲ ପ୍ରମୁଖ ସାମିଲ ଥିବାବେଳେ ଏନେଇ ଅବକାରୀ ବିଭାଗ ପକ୍ଷରୁ ମାମଲା ରୁଜ୍ଜୁ କରାଯାଇଛି ଓ ଫେରାର ଦୁଇ ଅଭିଯୁକ୍ତକୁ ଖୋଜୁଛି ଅବକାରୀ ବିଭାଗ ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍