September 19, 2024

Satya News

odia news channel

୮ ବର୍ଷରେ କେତେ ଛାତ୍ର-ଛାତ୍ରୀ ଅଧାରୁ ପାଠପଢା ଛାଡିଛନ୍ତି, ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ

 

ଭୁବନେଶ୍ଵର: ଆଠ ବର୍ଷ ଭିତରେ ୨୪୦୩ ଏସସି-ଏସଟି ବର୍ଗର ଛାତ୍ର ଛାତ୍ରୀ ଅଧାରୁ ପାଠ ଛାଡିଛନ୍ତି। ୨୦୧୪ ଯାଏ ଦଶମ ପାସ ପରେ ପ୍ରାୟ ୩୪୭୬ ଛାତ୍ର ଛାତ୍ରୀ ଉଚ୍ଚ ଶିକ୍ଷା ନପଢି  ପାଠ ପଢା ଛାଡିଛନ୍ତି। ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ଅନୁସୂଚିତ ଜାତି ଏବଂ ଜନଜାତି ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକଙ୍କ ଉତ୍ତର। ବିଧାନସଭାରେ ଶନିବାର ଶୂନ୍ୟକାଳରେ ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା।

ମନ୍ତ୍ରୀ କହିଛନ୍ତି, ମହାମାରୀ ସମୟରେ ଅଧିକ ପିଲା ଛାଡିଛନ୍ତି ପାଠ। ୨୦୨୦ରେ ୨୪୭ ଜଣ ମ୍ୟାଟ୍ରିକ ପୂର୍ବରୁ ପାଠ ଛାଡିଛନ୍ତି। ସେହିପରି ୪୯୧ ଜଣ ମାଟ୍ରିକ ପରେ ପାଠ ଛାଡିଛନ୍ତି। ୨୦୨୧ରେ ୧୭୨ ଜଣ ମ୍ୟାଟ୍ରିକ ପୂର୍ବରୁ ପାଠ ଛାଡିଥିବା ବେଳେ ୮୩୩ ଜଣ ମାଟ୍ରିକ ପରେ ପାଠ ଛାଡିଛନ୍ତି। ସେହି ପରି ୨୦୨୨ରେ ୬୧୮ ଜଣ ମ୍ୟାଟିକରୁ ପାଠ ଛାଡିଛନ୍ତି। ସେହିପରି ୩୨ ଜଣ ମାଟ୍ରିକ ପରେ ପାଠ ଛାଡିଥିବା ବିଧାୟକ ତାରା ବାହିନିପତିଙ୍କ ପ୍ରଶ୍ନରେ ଉତ୍ତର ଦେଇଛନ୍ତି ମନ୍ତ୍ରୀ ଜଗନ୍ନାଥ ସାରକା।

Spread the love