
ଭୁବନେଶ୍ବର : କୋଭିଡ୍-୧୯ ସଂକ୍ରମଣକୁ ରୋକିବା ଓ ଟ୍ରେନ୍ରେ ଯାତ୍ରୀ ହେଉ ନ ଥିବାରୁ ୭ ଯୋଡ଼ା ଟ୍ରେନ୍କୁ ଅଗଷ୍ଟ ୮ ପର୍ଯ୍ୟନ୍ତ ବାତିଲ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ଅଗଷ୍ଟ ୨ରୁ ୮ ମଧ୍ୟରେ ବାତିଲ ହେବାକୁ ଥିବା ଉକ୍ତ ଟ୍ରେନ୍ଗୁଡ଼ିକ ହେଲା, ପୁରୀ-କଟକ-ପୁରୀ, ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର, ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ୱର, ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର, କଟକ-ଭଦ୍ରକ-କଟକ, କଟକ-ପାରାଦୀପ-କଟକ, କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ। ଅଗଷ୍ଟ ୭ ଓ ୮ରେ ବାତିଲ ହେବାକୁ ଥିବା ଟ୍ରେନ୍ଗୁଡ଼ିକ ହେଲା, ପୁରୀ-ଅନୁଗୁଳ-ପୁରୀ ଟ୍ରେନ, ଭୁବନେଶ୍ୱର-ପାଲାସା-ଭୁବନେଶ୍ୱର ଟ୍ରେନ, ଭୁବନେଶ୍ୱର-ବାଙ୍ଗିରିପୋଷି-ଭୁବନେଶ୍ୱର ଟ୍ରେନ୍। ପୁରୀ-ଅନୁଗୁଳ-ପୁରୀ ବିଶେଷ ଟ୍ରେନ୍ ଅଗଷ୍ଟ ୨ରୁ ୮ ମଧ୍ୟରେ ଉଭୟ ପାର୍ଶ୍ୱରୁ ତାଳଚେର ଓ ଅନୁଗୁଳ ମଧ୍ୟରେ ବାତିଲ୍ ରହିବ ଏବଂ ତାଳଚେର ଓ ପୁରୀ ମଧ୍ୟରେ ଚଳାଚଳ କରିବ।
ଆଜି ଇସ୍ପାତ ଓ ଧଉଳି ଏକ୍ସପ୍ରେସ୍ ବାତିଲ୍
ଭୁବନେଶ୍ବର : ହାଓଡା ଷ୍ଟେସନ, ଟିକିଆପଡାୟାର୍ଡଠାରେ ପ୍ରବଳ ବର୍ଷା ହୋଇ ରେଳ ଧାରଣା ଜଳମଗ୍ନ ହେବା ଯୋଗୁଁ ଶନିବାର ହାଓଡ଼ାଠାରୁ ଛାଡିବାକୁ ଥିବା ଇସ୍ପାତ ଓ ଧଉଳି ସ୍ବତନ୍ତ୍ର ଏକ୍ସପ୍ରେସ୍ ଟ୍ରେନକୁ ବାତିଲ କରାଯାଇଛି। ସେହିପରି ଶନିବାର ଟିଟିଲାଗଡ଼ରୁ ଛାଡ଼ିବାକୁ ଥିବା ଟିଟିଲାଗଡ଼-ହାଓଡ଼ା ଇସ୍ପାତ ବିଶେଷ ଟ୍ରେନ୍(୦୨୫୧୮) ଓ ପୁରୀରୁ ଛାଡ଼ିବାକୁ ଥିବା ହାଓଡ଼ା-ପୁରୀ ଧଉଳି ବିଶେଷ ଟ୍ରେନ(୦୨୦୮୮) ମଧ୍ୟ ବାତିଲ ରହିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍