
ଆପ୍ ଦ୍ୱାରା ୨୫୦ କୋଟିର ଠକେଇ । ନିବେଶ କଲେ ୧୫ ଦିନ ମଧ୍ୟରେ ଟଙ୍କା ଡବଲ ମିଳିବ । ଏପରି ଏକ ବଡ଼ ଠକେଇର ଖୁଲାସା କଲା ଉତ୍ତରାଖଣ୍ଡ ପୋଲିସ୍ । ନୋଏଡାରୁ ଜଣେ ଅଭିଯୁକ୍ତକୁ ୨୫୦ କୋଟି ଟଙ୍କା ଠକେଇ ଅଭିଯୋଗରେ ଗିରଫ କରିଛଛି ଉତ୍ତରାଖଣ୍ଡ ଏସଟିଏଫ୍ । ସବୁଠାରୁ ଆଶ୍ଚର୍ଯକର କଥା ହେଲା, ମାତ୍ର ଚାରି ମାସରେ ଏତେ ଟଙ୍କା ଠକେଇ କରିଥିଲା ଅଭିଯୁକ୍ତ ।
ଚୀନ ଷ୍ଟାଟଅପ୍ ଯୋଜଆ ଅନୁସାରେ ତିଆରି ହୋଇଥିବା ଆପରେ ଠକେଇର ଜାଲ ବିଛାଇ ଥିଲା ଅଭିଯୁକ୍ତ । ଟଙ୍କା ଡବଲ ପାଇବା ଆଶାରେ ଫସିଗଲେ ଅନେକ ଲୋକ । ଦେଶରେ ପାଖାପାଖି ୫୦ ଲକ୍ଷ ଲୋକ ଏହି ଆପକୁ ଡାଇନଲୋଡ଼୍ କରିଛନ୍ତି । ମାତ୍ର ୧୫ ଦିନରେ ଟଙ୍କା ଡବଲ ହୋଇଯିବ କହି ଲୋକଙ୍କୁ ଲୋଭାନ୍ୱିତ କରୁଥିଲା ଅଭିଯୁକ୍ତ । ଅଳ୍ପ ଦିନରେ ଅଧିକ ଟଙ୍କା ପାଇବା ଆଶାରେ ଅଭିଯୁକ୍ତର ଚାଲାକି ବୁଝି ପାରିନଥିଲେ ନୀରିହ ଲୋକେ । ପ୍ରଥମେ ଲୋକଙ୍କୁ ପାୱାର ବ୍ୟାଙ୍କ୍ ଆପ୍ ଡାଉନଲୋଡ କରିବା ପାଇଁ କୁହାଯାଏ, ଆଉ ତା’ପରେ ଧୀରେ ଧୀରେ ଟଙ୍କା ଆଦାୟ କରିନିଏ ଅଭିଯୁକ୍ତ ।
ଠକେଇ କରୁଥିବା ବ୍ୟକ୍ତି, ବିଦେଶୀ ନିବେଶକ ଦ୍ୱାରା ଭାରତର ବ୍ୟବସାୟୀଙ୍କୁ କମିସନର ଲୋଭ ଦେଖାଇ ଆପ ଜରିଆରେ ପ୍ରଥମେ ଲୋନ୍ ଦିଆଯିବ ବୋଲି କହୁଥିଲେ । ପରେ ଏଥିରେ ପରିବର୍ତ୍ତନ କରି ପଇସା ଡବଲ ହେବ ବୋଲି ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇଥିଲେ । ଫଳରେ ଦିନକୁ ଦିନ ଦେଶରେ ନିବେଶ ବଢ଼ିବାରେ ଲାଗିଲା । ପ୍ରାରମ୍ଭରେ କିଛି ଲୋକଙ୍କୁ ଡବଲ ପଇସା ମିଳିଗଲା ମଧ୍ୟ ।
ତଦନ୍ତ ପରେ ଉତ୍ତରପ୍ରଦେଶ ଏସଟିଏଫ ନୋଏଡା ମାମଲାର ଅଭିଯୁକ୍ତ ପୱନ ପାଣ୍ଡେଙ୍କୁ ଗିରଫ କରିଛି ପୋଲିସ୍ । ଅଭିଯୁକ୍ତଙ୍କ ନିକଟରୁ ୧୯ ଟି ଲାପଟପ୍, ୫୯୨ ସିମ୍ କାର୍ଡ, ୫ ଟି ମୋବାଇଲ୍ ଫୋନ୍, ୪ ଟି ଏଟିଏମ୍ କାର୍ଡ ଏବଂ ୧ ଟି ପାସପୋର୍ଟ ଜବତ କରାଯାଇଛି । ସମସ୍ତ ଠକେଇ ଟଙ୍କାକୁ କ୍ରିପ୍ଟୋ ମୁଦ୍ରାରେ ରୂପାନ୍ତର କରି ବିଦେଶ ପଠାଇବାର ଯୋଜନା ରହିଥିବା ବୋଲି ତଦନ୍ତରୁ ଜଣାପଡ଼ିଛି ।
ଡେରାଡୁନର ଏସଡିଜି ଅଭିନବ କୁମାର ପ୍ରେସ କନଫରେନ୍ସ କରି କହିଛନ୍ତି, ଚୀନର ଷ୍ଟାଟଅପ୍ ଯୋଜନା ଅନୁସାରେ ଏହି ଆପ୍ ପ୍ରସ୍ତୁତ କରାଯାଇଛି । ଠକେଇ ମାମଲା ନେଇ ଆଇବି ଓ ରକୁ ମଧ୍ୟ ସୂଚନା ଦିଆଯାଇଛି । ଯେଉଁ ବିଦେଶୀ ଲୋକଙ୍କ ନାମ ସାମ୍ନାକୁ ଆସିଛି, ସେମାନଙ୍କ ଦୂତାବାସ ସହ ସମ୍ପର୍କ କରି ସମସ୍ତ ବିବରଣୀ ମଗାଯାଇଛି । ଖୁବ ଶୀଘ୍ର ସତ ପଦାକୁ ଆସିବ ବୋଲି ଆଶା କରାଯାଉଛି । ଆପ୍ ମାଧ୍ୟମରେ ଠକେଇ ନେଇ ଉତ୍ତରାଖଣ୍ଡର ୨ ଓ ବେଙ୍ଗାଲୁରୁରେ ଗୋଟିଏ ମାମଲା ରୁଜୁ ହୋଇଛି ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍