
ଭୁବନେଶ୍ବର: ଆସନ୍ତା ସୋମବାରଠାରୁ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ନୂତନ ଗାଡ଼ି ଚାଳନା ପ୍ରଶିକ୍ଷଣ ଅନୁମତି (ଲର୍ଣ୍ଣିଂ ଲାଇସେନ୍ସ) ଆବେଦନ ଗ୍ରହଣ କରାଯିବ। କରୋନା କଟକଣା ନିୟମ ଅନୁଯାୟୀ ଆବେଦନ ଗ୍ରହଣ କରାଯିବ। ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ଏପ୍ରିଲ୍ ୨୨ଠାରୁ ନୂତନ ଗାଡ଼ି ଚାଳନା ଶିକ୍ଷଣୀୟ ଅନୁମତି ଲାଗି ଆବେଦନ ଉପରେ କଟକଣା କରାଯାଇଥିଲା। ସମ୍ପ୍ରତି ପରିସ୍ଥିତି ସୁଧୁରିବା ପରେ ସରକାରଙ୍କ ନିର୍ଦେଶକ୍ରମେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଗାଡ଼ିଚାଳନା ପ୍ରଶିକ୍ଷଣ ଅନୁମତି ଆବେଦନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗତ ୪ ମାସ ହେବ ତାଲାବନ୍ଦ ଓ ସପ୍ତାହନ୍ତ ବନ୍ଦ ଯୋଗୁଁ ଏହି ସେବା ସମ୍ପୂର୍ଣ୍ଣ ବନ୍ଦ ରହିଥିଲା।
ପୂର୍ବରୁ ଗାଡ଼ି ଚାଳନା ଶିକ୍ଷଣୀୟ ଲାଗି ଅନୁମତି ପାଇଁ ହୋଇଥିବା ଆବେଦନକୁ ଗତ ୧୧ ତାରିଖରୁ ପରୀକ୍ଷା ଦେବା ଲାଗି ସମୟ ପ୍ରଦାନ କରାଯାଉଛି। ଆବେଦନକାରୀ ଏଥିପାଇଁ ପ୍ରତ୍ୟେହ ସକାଳ ୭ରୁ ରାତି ୧୦ଟା ମଧ୍ୟରେ ପ୍ରେତ୍ୟକ୍ଷ ସେବା ବ୍ୟବସ୍ଥାରେ ସମୟ ନେଉଛନ୍ତି। ଗାଡ଼ି ଚାଳନା ଅନୁମତି(ଡିଏଲ୍) ପାଇବା ସମ୍ପର୍କିତ ସେବା ଏବେ ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଚାଲୁ ରହିଛି। ୨୦୨୧ର ଏପର୍ଯ୍ୟନ୍ତ ରାଜ୍ୟରେ ଗାଡ଼ି ଚାଳନା ଶିକ୍ଷଣୀୟ ଅନୁମତି ପାଇବା ଲାଗି ୧,୩୨,୩୯୧ ଜଣ ଆବେଦନ କରିଥିବା ବେଳେ ଗାଡ଼ି ଚଳାଇବା ଲାଗି ୪,୧୨,୧୦୪ ଜଣ ଅନୁମତି ପାଇଥିବା ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍